ଆସନ୍ତାକାଲି ସକାଳ ୬ ଟାରୁ ୧୦ ଟା ଯାଏଁ ବାଣପୁରର ଏହି ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସେବା

Published: May 20, 2022, 8:58 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନଏସି ର କିଛି ଅଞ୍ଚଳରେ ଚାରି ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ଭୋଲଟେଜ ସମସ୍ୟା ଦୂର ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ନିମନ୍ତେ ଆସନ୍ତାକାଲି ସକାଳ ୬ ଘଟିକାରୁ ଅପରାହ୍ନ ୧୦ ଘଟିକା ଯାଏଁ ବାଣପୁର ବ୍ଲକ ଓ ଏନଏସି ର ଏକାଧିକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ଉପଭୋକ୍ତା ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ପଞ୍ଚାୟତର କୁମାରାଙ୍ଗ, ଗୋବିନ୍ଦପୁର, ମାଳିଗୋବିନ୍ଦପୁର, ଦୁଲ୍ଲଣୀ ଶାସନ, ଏକଡାଳିଆ ଗ୍ରାମ ଏବଂ ବାଣପୁର ଏନଏସିର ଦକ୍ଷପ୍ରଜାପତି ସାହି, ଗଡ଼ସାହି, କଲେଜ ରୋଡ଼, ପିଏନବି-୨୫୦ କେଭି (ବଜାର) ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

Related posts