Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଗାଁ ଗାଁରେ ବଢିଚାଲିଛି ମଦ ବିକ୍ରି, ଅବକାରୀ ବିଭାଗର କାମ କରୁଛନ୍ତି ମହିଳା
ଆଞ୍ଚଳିକ

ଚିଲିକା: ଗାଁ ଗାଁରେ ବଢିଚାଲିଛି ମଦ ବିକ୍ରି, ଅବକାରୀ ବିଭାଗର କାମ କରୁଛନ୍ତି ମହିଳା

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅବାଧରେ ବେଆଇନ ମଦ କାରବାର ଚାଲିଥିବାର ଅଭିଯୋଗ ହେଉଛି। କିନ୍ତୁ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସେପରି ଆଖି ଦୃଷ୍ଟିଆ ଚଢ଼ାଉ କରାଯାଉନାହିଁ। ଯେଉଁଠି ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି, ଅକାଳେ ସକାଳେ ୫ ଲିଟର, ୧୦ ଲିଟର ମଦ ଜବତ କରୁଛି ଉଭୟ ବିଭାଗ।

ମଦ ଲାଗି ବହୁ ପରିବାର ଭାଙ୍ଗିଯାଉଥିବା ବେଳେ ଏକାଧିକ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ବିଶେଷ କରି ନିର୍ବାଚନ ପରଠାରୁ ବାଣପୁରର ଗାଁ ଗାଁ ରେ ଅହେତୁକ ଭାବେ ବେଆଇନ ମଦ କାରବାର ବୃଦ୍ଧି ହେଇଛି। ନିକଟରେ ଦୁଇ ଦୁଇ ଥର ନିଜ ଗ୍ରାମକୁ ମଦମୁକ୍ତ କରିବା ଦାବିରେ ଦୁଇ ଗୋଟି ନିର୍ଦ୍ଦିଷ୍ଟ ଗ୍ରାମର ଶତାଧିକ ମହିଳାମାନେ ବାଣପୁର ଥାନା ଘେରାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ। ଏଥିରୁ ବାରି ହେଉଛି କେଉଁ ପରିମାଣରେ ବାଣପୁର ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ଚାଲିଛି।

ଗ୍ରାମବାସୀମାନେ ମଦ କାରବାରକୁ ନେଇ ଅତିଷ୍ଠ ହେଉଥିବା ବେଳେ ମଦ ଧରିବା ପାଇଁ ରହିଥିବା ଅବକାରୀ ବିଭାଗ ଏସବୁରେ ବିଫଳ ହେଉଛି। ବେଆଇନ ମଦ ଏବଂ ନିଶା ଜାତୀୟ ଦ୍ରବ୍ୟ ଉପରେ ଚଢାଉ କରିବା ସହ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବକାରୀ ବିଭାଗର ମୁଖ୍ୟ କାର୍ଯ୍ୟ। କିନ୍ତୁ ଟାଙ୍ଗୀ ରେଞ୍ଜ ଅବକାରୀ ଅଞ୍ଚଳରେ ଯେପରି ଅବକାରୀ ବିଭାଗ ଏକ ରକମର ସୁପ୍ତ ଅବସ୍ଥାରେ ଅଛି।

ବାଲୁଗାଁ ଅବକାରୀ ଥାନା ଦାଇତ୍ୱ ଜଣେ ଏଏସଆଇଙ୍କ ହାତରେ ନ୍ୟସ୍ତ ଥିବା ବେଳେ ତାଙ୍କ କ୍ଷମତା ସୀମିତ। ଏନଡ଼ିପିଏସ କେଶ ରୁଜୁ କରିବା ତାଙ୍କ କ୍ଷମତା ବାହାରେ। ତେଣୁ ଅକାଳେ ସକାଳେ ସ୍ୱଳ୍ପ ଲିଟର ମଦ ଧରିବା ଧର୍ମକୁ ଆଖିଠାର ସଦୃଶ।

ପୁର୍ବରୁ ବାଲୁଗାଁ ଅବକାରୀ ଥାନାରେ ଜଣେ ଦକ୍ଷ ଏସଆଇ ନିୟୋଜିତ ଥିଲେ, ଯିଏକି ମଦ କାରବାରକୁ ବହୁ ପରିମାଣରେ ରୋକ ଲଗାଇବାରେ ସଫଳ ଥିଲେ। ଏପରିକି ଉକ୍ତ ଅଧିକାରୀ ବାଲୁଗାଁରୁ ବ୍ରାଉନ ସୁଗାର ଓ ଗଞ୍ଜେଇ ମଧ୍ୟ ଠାବ କରିଥିଲେ। ତେଣୁ ବାଲୁଗାଁ ଅବକାରୀ ଥାନାରେ ଜଣେ ସ୍ଥାୟୀ ଓ ଦକ୍ଷ ଅଧିକାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି।

ସେହିପରି ଭାବେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ମଧ୍ୟ ବାଲୁଗାଁ-ବାଣପୁରରେ କେତେବେଳେ ବି ରେଡ଼ କରିବାର ଦେଖାଯାଉନାହିଁ। କହିବାକୁ ଗଲେ ବାଣପୁର ବାଲୁଗାଁ ଅଞ୍ଚଳରେ ଅବକାରୀ ବିଭାଗ ଏକ ରକମର କୋମାରେ ଅଛି।

ଅନୁରୂପ ଭାବେ ପୋଲିସ ପ୍ରଶାସନ ମଧ୍ୟ ଉକ୍ତ ସମସ୍ୟାକୁ ଗୁରୁତର ସହ ନେବା କଥା।  ପୁର୍ବରୁ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିଲା। କିନ୍ତୁ ନୂତନ ଏସପି ଯୋଗଦେବା ପରଠାରୁ ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି। ପାଟ୍ରୋଲିଂ ଗାଡ଼ି ଆସିଛି। ଏପିଆର ଫୋର୍ସ ଆସିଛନ୍ତି। ୧୧୨ ଗାଡ଼ି ମହଜୁଦ ଅଛି। ଏତେ ସବୁ ସାଧନ ଥାଇ ମଧ୍ୟ ଯଦି ବେଆଇନ ମଦ ବିକ୍ରି ରୋକାଯାଇପାରୁନି, ତେବେ ଏହା ନିଶ୍ଚିତ ଦୁଃଖର ବିଷୟ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧୀନରେ ଥିବା ଅବକାରୀ ବିଭାଗ ଏବଂ ଖୋର୍ଦ୍ଧା ଏସପିଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଅବକାରୀ ବିଭାଗ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.