Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ବେଧଡକ ଚାଲିଛି ବେଆଇନ ଗୁଟଖା ବେପାର, ପ୍ରଶାସନ ନୀରବ
ଆଞ୍ଚଳିକ

ଚିଲିକାରେ ବେଧଡକ ଚାଲିଛି ବେଆଇନ ଗୁଟଖା ବେପାର, ପ୍ରଶାସନ ନୀରବ

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ତମାଖୁର ଭୟାବହତା ନେଇ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ମେ ୩୧ ତାରିଖକୁ ପ୍ରତିବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ସମ୍ବନ୍ଧରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟ ବିକ୍ରୟ ଓ କ୍ରୟ ନିୟନ୍ତ୍ରଣ ହୋଇପାରିନାହିଁ। ୨୦୧୩ ମସିହା ଠାରୁ ଗୁଟଖା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କିନ୍ତୁ ଅଦ୍ୟାବଧି ୯ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ଉପରେ ଅଙ୍କୁଶ ଲାଗିପାରିନାହିଁ।

ବିଦ୍ୟାଳୟଠାରୁ ଆରମ୍ଭ କରି, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଅବା ବେସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୁଲମଖୁଲା ଗୁଟଖା ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି। ଦୋକାନ ସାମ୍ନାରେ ମାଳ ମାଳ ଗୁଟଖା ରଖି ବେପାରରେ ମସଗୁଲ ରହୁଛନ୍ତି ବେପାରୀ। ନାଁ ଅଛି କାହାକୁ ଡର ନାଁ କୌଣସି ଆଇନକୁ ସମ୍ମାନ।

କୋଟପା ଆଇନ ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ତମାଖୁ ବିକ୍ରି ନେଇ କଟକଣା ଜାରି କରାଯାଇଥିଲେ ସୁଦ୍ଧା ଗୁଟଖା ବେପାରିମାନେ ଏହାକୁ ଅଣଦେଖା କରୁଥିବାର ନଜିର ରହିଛି। ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ବିଶେଷ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସରୁ ନିବୃତ୍ତ ହୋଇପାରୁନାହାନ୍ତି। ଏପରିକି ସଚେତନତା ଅଭାବରୁ ଅଧିକାଂଶ କିଶୋର, ଯୁବପିଢ଼ି କୁସଙ୍ଗରେ ପଡି ତମାଖୁ ସେବନ କରିଥାନ୍ତି।

ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ତଥା କର୍କଟ, ଯକ୍ଷ୍ମା ଭଳି ମାରାତ୍ମକ ରୋଗର ମୂଳ ଉତ୍ସ ଜାଣି ମଧ୍ୟ ଦିନକୁଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି।

ସମ୍ପ୍ରତି ଚିଲିକା ନିର୍ବାଚନ ମଣ୍ଡଳୀରେ ଗୁଟଖା ଅଭ୍ୟସ୍ତ ଅନେକ ମୁଖ କର୍କଟ ଏବଂ ଯକ୍ଷ୍ମା ରୋଗରେ ପୀଡିତ ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ କେତେକ ମୃତ୍ୟୁମୁଖରେ ମଧ୍ୟ ପଡିଛନ୍ତି। ତମାଖୁ ବର୍ଜନ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲ୍ୟୁ ଏଚ ଓ) ପକ୍ଷରୁ ପ୍ରତି ବର୍ଷ ମେ ୩୧ ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯିବା ସହ ସଚେତନତା ବାର୍ତ୍ତା ଦିଆଯାଇଥାଏ। ଏପରିକି ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ତମାଖୁ ନିଷେଧ ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଏସବୁ କେବଳ ସରକାରୀ କାଗଜ କଲମରେ ସୀମିତ ମାତ୍ର।

ପ୍ରଶାସନ ପକ୍ଷରୁ ତମାଖୁ ବିକ୍ରି ଉପରେ ଠିକ ଭାବେ ଧରପଗଡ଼ ହେଉନଥିବାରୁ ଦିନକୁଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି। ରାଜ୍ୟରେ କୋଟପା ଆଇନ ସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ ଆଇନ ଲାଗୁହୋଇଥିଲେ ମଧ୍ୟ ଏହାର ବିକ୍ରି ଉପରେ କଟକଣା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଫଳରେ ତମାଖୁ ସେବନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୁତକାରି ସଂସ୍ଥା ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତ କରି ବଜାରରେ ବ୍ୟବସାୟୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିକ୍ରି କରୁଛନ୍ତି।

ଏଥିସହିତ ବ୍ୟବସାୟୀମାନେ ଏସବୁ ନକଲି ଗୁଟୁଖା ବିକି ଭଲ ଦିପଇସା ରୋଜଗାର କରୁଥିବା ସାଧାରଣରେ ଆଲୋଚନା ହେଉଛି। ଯାହାଫଳରେ ବେପାରୀ ମାଲାମାଲ ହେବା ସାଙ୍ଗକୁ ଅଞ୍ଚଳରେ ତମାଖୁ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର ଅଞ୍ଚଳରେ ଅବାଧ ଗୁଟଖା ବିକ୍ରି ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି।

ନୂତନ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡ଼ିଏମଓ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀମାନେ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଥାଉକି ଚଳିତ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସରେ ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ମଧ୍ୟ ପାଇଛି।

ଚିଲିକା ହୃଦରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.