Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ନନ୍ଦିଘୋଷ ଚକ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ
ଆଞ୍ଚଳିକ

ବାଣପୁରରେ ନନ୍ଦିଘୋଷ ଚକ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ

July 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଗୁଣ୍ଡିଚା ଯାତ୍ରାର ଷଷ୍ଠି ତିଥିରେ ଆଡପ ମଣ୍ଡପଠାରେ ହେରାପଞ୍ଚମୀ ନୀତିକାନ୍ତି ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଛି। ପ୍ରଭାତରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ ଏବଂ ଗୋପାଳବଲ୍ଲଭ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ବେଶ କରାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା।

ମଧ୍ୟାହ୍ନ ଧୂପ ବଢିବା ପରେ ଦିବା ପହୁଡ ହୋଇ ଅପରାହ୍ନରେ ଠାକୁରଙ୍କୁ ଶୃଙ୍ଗାର ବେଶରେ ସଜେଇ ଦିଆଯାଇଥିଲା। ଏଣେ ମନ୍ଦିରରେ ମା’ ମହା ଲକ୍ଷ୍ମୀ ଏକାକୀ ବଗଡ଼ା ଚାଉଳ, କଖାରୁ କଳମ ଶାଗର ପଡ଼ିଖାଇ ମହାପ୍ରଭୁଙ୍କ ଉପରେ ଖପା। ନିଜର ପ୍ରାଣ ପ୍ରିୟାଙ୍କୁ ସାଥିରେ ନ ନେଇ ଭଉଣୀ ସୁଭଦ୍ରାଙ୍କୁ ଘୋଷଯାତ୍ରାରେ ନେଇଯାଇଛନ୍ତି ଯେ ଫେରିବାର ନା ନାହିଁ। କାହାକୁ ବା ଏ ଅନ୍ତରର ଦୁଃଖ କହିବେ।

ଶେଷରେ ମା’ ଭଗବତୀଙ୍କୁ ଏକଥା କହିବାରେ ମା’ଉପାୟ ବତେଇଲେ। ମହାଲକ୍ଷ୍ମୀଙ୍କୁ ମା’ ଭଗବତୀ ମନ୍ତରା ଧୁଳି ନେଇ କାଳିଆ ସାଆନ୍ତଙ୍କ ଉପରେ ପକେଇଲେ ସେ ନିଶ୍ଚୟ ଫେରି ଆସିବେ ବୋଲି କହିବାରୁ ମା’ ବାହାରିଲେ ଗୁଣ୍ଡିଚା ବାଡ଼ି। ତାଙ୍କ ବିନା କେମିତି ଅଛନ୍ତି ପ୍ରଭୁ ଦେଖିବା ପାଇଁ ଛତ୍ର ତରାଶ କାହାଳୀ ମଶାଲ ସାଥିରେ ନେଇ ସଂଧ୍ୟାରେ ବାହାରିଲେ ମା ମହାମାୟୀ। ପାଟପତନୀ ସୁବାଷିତ କୁଷୁମରେ ସଜେଇ ସେବାୟତମାନେ ବିମାନରେ ବସେଇ ମା’ଙ୍କୁ ନେଇଗଲା ପରେ ପ୍ରଭୁଙ୍କର ସଂଧ୍ୟା ଆଳତୀ ଚାଲିଥିଲା।

ଜଗମୋହନରେ ପହଞ୍ଚିବା ମାତ୍ରେ ପ୍ରଭୁ ମା’ ମହାମାୟୀଙ୍କୁ ଦେଖି ଦଶମୀ ତିଥିରେ ଫେରିବେ ବୋଲି ଆଜ୍ଞାମାଳ ଦେଇ ରତ୍ନକବାଟ ବନ୍ଦ କରିଦେବାରୁ ମା ମହାମାୟୀ ରାଗ ଜରଜର ହୋଇ ଫେରିବା ବାଟରେ ନନ୍ଦି ଘୋଷ ଚକଭାଙ୍ଗି ମନ୍ଦିରକୁ ଫେରିଆସିଥିଲେ।ମନ୍ଦିର ବେଢାରେ ମା’ଙ୍କୁ ଶୀତଳ ପନ୍ତିଭୋଗରେ ଆପ୍ୟାୟିତ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଘୋଷଯାତ୍ରାର ଦୁର୍ଲଭ ଏହି ହେରା ପଞ୍ଚମୀ ନୀତି ଦର୍ଶନ କରିବା ପାଇଁ ବହୁଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଝିପିଝିପି ବର୍ଷା ସତ୍ତ୍ଵେ ସ୍ଥାନୀୟ ମା’ ମହାଲକ୍ଷ୍ମୀ ମହିଳା ସମିତିର ସମସ୍ତ ସଭ୍ୟା ଏବଂ ମନ୍ଦିର ପରିଚାଳନା କମିଟି ତରଫରୁ ମିଳିତ ଭାବରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା।

ଆଡପ ମଣ୍ଡପ ନନ୍ଦିଘୋଷ ବାଣପୁର ଶ୍ରୀ ରଙ୍କନାଥ ଦେବ ହେରାପଞ୍ଚମୀ
Share. Facebook Twitter LinkedIn Email WhatsApp Copy Link

Related Posts

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.