Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଦାରେ ପଡ଼ିଲା ନେତା ଓ ପ୍ରଶାସନର ପାରିବାପଣିଆ: ଜଳାଶୟ ପାଲଟିଲା ବାଣପୁର ମୁଖ୍ୟ ରାସ୍ତା
ଆଞ୍ଚଳିକ

ପଦାରେ ପଡ଼ିଲା ନେତା ଓ ପ୍ରଶାସନର ପାରିବାପଣିଆ: ଜଳାଶୟ ପାଲଟିଲା ବାଣପୁର ମୁଖ୍ୟ ରାସ୍ତା

July 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ସମସ୍ୟା ପିଛା ଛାଡ଼ୁନି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି। ସହରର ଜଳବନ୍ଦୀ ବର୍ତ୍ତମାନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ତାହା କାହାକୁ ନଦିଶିବା ସହଜରେ ହଜମ ହେଉନି।

ସହରର ବିଧାରପୁର ଛକରେ ପୁନଶ୍ଚ ଜଳ ଲହଡ଼ି ମାରୁଛି। ଅସରାଏ ବର୍ଷା ହେଲେ ସେଠାରେ ଫୁଟେ ଉଚ୍ଚର ପାଣି ଜମୁଛି କିନ୍ତୁ ପ୍ରଶାସନ ଓ ଏନଏସି ଅଧ୍ୟକ୍ଷ ନିରବଦ୍ରଷ୍ଟା। ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି।

ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ବର୍ଷ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ବିଧାରପୁର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ସ୍ୱାର୍ଥଲାଗି ପୋତିଦେଲେଣି। ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

https://thesamikhsya.com/odia/wp-content/uploads/2022/07/WhatsApp-Video-2022-07-11-at-9.13.38-PM.mp4

କିନ୍ତୁ ପୂର୍ତ୍ତବିଭାଗର ଏଥିପ୍ରତି ନିଘା ନାହିଁ। ଲକ୍ଷାଧିକ ଟଙ୍କାର କାର୍ଯ୍ୟ ହୋଇ ମଧ୍ୟ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଲାଗି ପୁନଶ୍ଚ ଅସ୍ଥାୟୀ ଡ୍ରେନ ପୋତିହୋଇଯାଇଛି। କିନ୍ତୁ ପୂର୍ତ୍ତବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ। ଅନୁରୂପ ଭାବେ ଏ ନେଇ ଏପ୍ରିଲ ୧୬ ତାରିଖରେ ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଗଲା ପରେ ଏପ୍ରିଲ ୧୯ ରେ ଏନଏସି ଅଧ୍ୟକ୍ଷ ଉକ୍ତ ସ୍ଥାନ ପରିଭ୍ରମଣ କରିବା ସହ ଡ୍ରେନେଜ ପୁନଃରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଥିବାର ଫୋଟୋ ସାମାଜିକ ଗଣମାଧ୍ୟମରେ ତାଙ୍କ ସମର୍ଥକଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବାର ଦେଖିବାକୁ ମିଳିଥିଲା।

ତେବେ ତାହା ଏକ ଧୂଆଁ ବାଣ ପରି ସଦୃଶ ହେଲା। ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ଉକ୍ତ ସ୍ଥାନରେ ପୁନଶ୍ଚ ଫୁଟେ ଫୁଟେ ପାଣି ଜମିଛି। କିନ୍ତୁ କାହାର ଏଥିପ୍ରତି ନଜର ନାଇଁ।  ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଚେଷ୍ଟାରେ ବାଣପୁରରେ ଡ୍ରେନେଜ ପାଇଁ ପ୍ରାଥମିକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବର୍ତ୍ତମାନ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ଉକ୍ତ ପ୍ରକଳ୍ପ ପୁନଶ୍ଚ ଶୀତଳ ବାକ୍ସରେ ପଡ଼ିରହିଛି।

ନୂତନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

December 22, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Latest News

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025

ଏକ ନୂତନ ଦିଗ ପ୍ରଦାନ କରିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା: କେନ୍ଦ୍ର ମନ୍ତ୍ରୀ

December 23, 2025

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ପ୍ରସ୍ତୁତି ବୈଠକ

December 23, 2025

ସାବଧାନ: ଆଜି ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ଉପରେ ହନୁମାନ କରୁଛନ୍ତି କୋପ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.