Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ପାଳିତ
ଆଞ୍ଚଳିକ

ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ପାଳିତ

July 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ ଶାନ୍ତନୁ ମହାପାତ୍ର ଓ ସମ୍ପାଦକ ରୋଟାରିଆନ ବିକାଶ ଗରାବଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କ୍ଲବ ର ଉପଦେଷ୍ଟା ଓ ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଅଶ୍ବିନୀ କର ମିଡୋଜ କ୍ଲବ ର ଅତୀତ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ଵ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ନୂତନ ଭାବରେ ଯୋଗଦାନ କରି ଥିବା ଦୁଇ ଯୁବ ରୋଟାରିଆନ  ଆଦିତ୍ୟ ପ୍ରସାଦ ପାଢି ଓ ସୂରଜ ରାଜଙ୍କୁ ଅନୁଷ୍ଠାନିକ ଭାବରେ କ୍ଲବକୁ ସ୍ଵାଗତ କରାଯାଇଥିଲା।

ଏହି ଅବସରରେ ଗତ ରୋଟାରୀ ବର୍ଷର ସଭାପତି ସନ୍ତୋଷ କୁମାର ସେନାପତି ପୂର୍ଵ ବର୍ଷ ହୋଇଥିବା ସାମାଜିକ କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରିବା ସହିତ କ୍ଲବର ସବୁ ସଭ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ପାଦକ ରୋଟାରିଆନ ବିକାଶ ଗରାବଡୁଙ୍କ ଦ୍ଵାରା ଏକ ୱାଟର ପିଉରିଫାୟାର ବରମୁଣ୍ଡା ସ୍ଥିତ ଏକ ବୃଦ୍ଧାଶ୍ରମକୁ ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାର ରୋଟାରିଆନ ରମେଶ ସାହୁ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ପି ବିଜୟ କୁମାର ଓ ଅନ୍ୟ ରୋଟାରୀ କ୍ଲବର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ସଭାରେ ଯୁବ ଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ରୋଟାରିଆନ ଡଃ ଇଶା ମିଶ୍ର ସୂଚାରୁ ରୂପରେ ସମ୍ପାଦନ କରିଥିବା ବେଳେ ମନୋନୀତ ସଭାପତି ରୋଟାରିଆନ ଗୋପାଳ ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ।

ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.