
କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁରେ ଜନୈକା ମହିଳା ଘର ପଛପଟେ ଘାସ ଉପାଡୁଥିବା ସମୟରେ ଏକ ବିଷଧର ନାଗସାପ କାମୁଡିବାରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର କଟି ମାଝୀ (୭୦) ନିଜ ଘର ଚାରିପାଖ ସଫା କରୁଥିଲେ। ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞ୍ଜାମୁରା ଶିବ ମନ୍ଦିର ନେଇଯାଇଥିଲେ। ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ।
ଆଜି ସକାଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନାକଟିଦେଉଳ ପୋଲିସ୍ ଖବର ପାଇ ଗାଁରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।