Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁରେ ପ୍ରାଣୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ପ୍ରାଣୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି

August 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣା କାରଣରୁ ବହୁ ସଂଖ୍ୟାରେ ଗାଈ, ଷଣ୍ଢ, ବାଛୁରୀ ଆଦି ପ୍ରାଣୀଙ୍କୁ ରକ୍ତାତ ଓ ମୁର୍ମୁଷୁ ଅବସ୍ଥାରେ ପୋଲିସ, ସ୍ବେଚ୍ଛାସେବୀ ଓ ସାଧାରଣ ଲୋକ ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ନିଜ ଉଦ୍ୟମରେ ଆଣୁଥିବାବେଳେ ଏଠାରେ ସାଧାରଣ ପ୍ରାଥମିକ ଚିକିତ୍ସା ସୁବିଧା ପରେ ଏମାନଙ୍କୁ ରଖିବା ସହ ଖାଦ୍ୟପେୟ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ଫଳରେ ଆବଶ୍ୟକୀୟ ଚିକିତ୍ସା ଅଭାବରୁ ବହୁ ସଂଖ୍ୟକ ପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି। ଦୁର୍ଘଟଣାରେ ପୀଡିତ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ନେବାକୁ ପଡୁଥିବା ବେଳେ ପ୍ରାଣୀମାନଙ୍କ ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କାରଣରୁ ବହୁ ଲୋକ ତଥା ସ୍ବେଚ୍ଛାସେବୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମୋବାଇଲ ଚିକିତ୍ସା ଗାଡିଟି ବହୁ ଦିନରୁ ଭାଙ୍ଗି ଯାଇଥିବା ବେଳେ ଅଦ୍ୟାବଧି ଆଉ ନୂତନ ଗାଡି ପ୍ରଦାନ କରାଯାଇନାହିଁ। ଫଳରେ ଘଟଣା ସ୍ଥଳକୁ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଟିମ ଯାଇ ପାରୁନାହାନ୍ତି କି ସେମାନଙ୍କୁ ଚିକିତ୍ସା ପାଇଁ ଅଣାଯାଇ ପାରୁନାହିଁ। ବାଲୁଗାଁରୁ ଭୁବନେଶ୍ୱର ପ୍ରାଣୀ ଚିକିତ୍ସାଳୟ (ଓୟୁଏଟି) ନେବାକୁ ଅଧିକ ଖର୍ଚ୍ଚ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ବର୍ତ୍ତମାନ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଦଶରୁ ଅଧିକ ଗାଈ, ଷଣ୍ଢ, ବାଛୁରୀ ମୁର୍ମୁଷୁ ଅବସ୍ଥାରେ ପଡିଛନ୍ତି। ସେମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ପାଇଁ ଖାଦ୍ୟ ଓ ଚିକିତ୍ସା ପାଇଁ ଭୁବନେଶ୍ବର ନେବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି। କାରଣ ବାଲୁଗାଁ ଅଞ୍ଚଳରେ ପ୍ରାଣୀମାନଙ୍କ ପାଇଁ କୌଣସି ପ୍ରକାର ଆଶ୍ରୟସ୍ଥଳୀ (shelter house) ନାହିଁ। ବାଲୁଗାଁ-ବାଣପୁର ବଜାର ମଧ୍ୟରେ, ଜାତୀୟ ରାଜପଥରେ ଗାଈ, ଷଣ୍ଢ ଆଦି ପରିତ୍ୟକ୍ତ ଅବସ୍ଥାରେ ବୁଲିବା ଦ୍ଵାରା ଦୁର୍ଘଟଣା ହୋଇ ମନୁଷ୍ୟ ଓ ପ୍ରାଣୀମାନଙ୍କ ଜୀବନ ଯାଉଛି।

ଏହି ସମ୍ପର୍କରେ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ବୈଠକ ତା ୦୯.୧୨.୨୧ ରିଖରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ପଶୁମାନଙ୍କ ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋଚନା କରିବା ସହ ମତ ଉପସ୍ଥାପନ କରିଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟକାରୀ ନହେବା ଫଳରେ ଜନଜୀବନ ପ୍ରଭାବିତ ହେବାସହ ପ୍ରାଣୀମାନେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି।

ତୁରନ୍ତ ଏହି ଘଟଣା ଉପରେ ଗୁରୁତ୍ୱାରୋପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବୈତନିକ ପ୍ରାଣୀକଲ୍ୟାଣ ଅଧିକାରୀ ତଥା ରାଜ୍ୟ ଜୀବ ନିଷ୍ଠୁରତା ନିରୋଧ ସମିତି ଖୋର୍ଦ୍ଧା ସଦସ୍ୟ ଡା. ତ୍ରୈଲୋକ୍ୟ ନାଥ ମହାରଣା ଆଜି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବାସହ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.