ଯୁବ ଭଲିବଲ୍ ଖେଳାଳି ଆଶିଷ ସ୍ଵାଇଁଙ୍କୁ ସମ୍ମାନିତ କଲେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ

Published: Aug 27, 2022, 2:42 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ଦେଶ ପାଇଁ ଖେଳିଥିବା ଯୁବ ଖେଳାଳି ଆଶିଷ ସ୍ଵାଇଁଙ୍କୁ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମାନିତ କରିଛନ୍ତି।

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ୍ ର ସଦସ୍ୟ ରହି ବ୍ରୋଞ୍ଜ ପଦକ ଜିତି ଥିବାରୁ ଆଶୀଷଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳି ବେହେରା ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି। ଏବଂ ତାଙ୍କର ଆଗାମୀ ଶିକ୍ଷା ନିଶୁଳ୍କ କରିବା ପାଇଂ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସମଗ୍ର ବାଣପୁର ଅଞ୍ଚଳ ଓ ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ଗର୍ବ ଗୌରବ ଓ ପ୍ରେରଣାପ୍ରଦ ବିଷୟ ବୋଲି ଅଧ୍ୟକ୍ଷ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଡକ୍ଟର୍ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡକ୍ଟର୍ ପ୍ରାଶାନ୍ତ କୁମାର ପ୍ରଧାନ, ଗୋଲକ ବିହାରି ବେହେରା ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଉପସ୍ତିତ ଥିଲେ।

ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ। ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର। ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି।

Related posts