Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଥାନାରେ ନୂଆ ଆଇଆଇସି ଭାବେ ଯୋଗଦେଲେ ରଶ୍ମି ରଞ୍ଜନ ଦାସ
ଆଞ୍ଚଳିକ

ବାଲୁଗାଁ ଥାନାରେ ନୂଆ ଆଇଆଇସି ଭାବେ ଯୋଗଦେଲେ ରଶ୍ମି ରଞ୍ଜନ ଦାସ

August 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନ୍ସପେକ୍ଟର ରଶ୍ମି ରଞ୍ଜନ ଦାସ। ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶ୍ରୀ ଦାସ ପୁର୍ବରୁ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଲିଡ଼ କରୁଥିଲେ। ଜଣେ ଦକ୍ଷ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ଦାସ। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାସ ଚର୍ଚ୍ଚିତ।

ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦାଇତ୍ୱ ନେବାପରେ ତାଙ୍କ ନେତୃତ୍ୱରେ ଜିଲ୍ଲାରେ ୧୩ ଗୋଟି ବ୍ରାଉନ ସୁଗାର କେସ ଠାବ, ବିଭିନ୍ନ ବେଆଇନ ଖଣିରେ ଚଢ଼ାଉ କରି ୨୦୦ ରୁ ଅଧିକ ଗାଡ଼ି ଜବତ ଏବଂ ହାତଖଣ୍ଡି ପରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ତେବେ ବାଲୁଗାଁ ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଞ୍ଚଳକୁ ଅପରାଧମୁକ୍ତ କରିବା ସହ ରାଜ୍ୟ ସରକାରଙ୍କ ୫ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ବାଲୁଗାଁକୁ ଅପରାଧମୁକ୍ତ କରିବାରେ ନୂତନ ଆଇଆଇସି ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

ସୂଚନା ଥାଉକି ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକଙ୍କ ଅନୁଗୁଳ ଏସଡ଼ିପିଓ ଭାବେ ନିକଟରେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ବାଲୁଗାଁ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ରଶ୍ମିରଞ୍ଜନ ଦାସ। ସେହିପରି ଭାବେ ଖୋର୍ଦ୍ଧା ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ଯାଜପୁର ରୋଡ଼ ଏସଡ଼ିପିଓ ଭାବେ ନିକଟରେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ନୂତନ ଖୋର୍ଦ୍ଧା ଟାଉନ ଥାନାଧିକାରୀ ଭାବେ ଯୋଗଦେବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ତାରିକ ଅହମ୍ମଦ। ଏ ନେଇ ଆଜି ଖୋର୍ଦ୍ଧା ଏସପି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନୂଆ ଆଇଆଇସି ବାଲୁଗାଁ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.