Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡିଏଭି କଳିଙ୍ଗ ନଗରଠାରେ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ
ଆଞ୍ଚଳିକ

ଡିଏଭି କଳିଙ୍ଗ ନଗରଠାରେ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

September 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡି.ଏ.ଭି କଳିଙ୍ଗ ନଗରଠାରେ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଡି.ଏ.ଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀ ଅଧୀନରେ ସମଗ୍ର ଦେଶରେ ଆସୁଥିବା ବିଦ୍ୟାଳୟ ଗୁଡ଼ିକରେ ସାହିତ୍ୟ ସମ୍ମିଳନୀ ଆୟୋଜନର ଏକ ଅଭିନବ ପ୍ରୟାସକ୍ରମରେ ଡି,ଏ,ଭି କଳିଙ୍ଗ ନଗର ଆନୁକୁଲ୍ୟରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ଗାଳ୍ପିକା ପ୍ରାଚୀତାରା ମିଶ୍ର ଯୋଗ ଦେଇ ବିଭିନ୍ନ କଳାକୌଶଳକୁ ପ୍ରୟୋଗ କରି ଚମତ୍କାର ଭାବରେ ଗଳ୍ପ ପଠନ ସହ ତାକୁ ମନେରଖିବାର ଶୈଳୀକୁ ଉପସ୍ଥାପନା କରିବା ସହ ପିଲାମନେ ଗଳ୍ପ ପଠନ ସମୟରେ ଗଳ୍ପରେ ସମ୍ପୂର୍ଣ୍ଣ ଭାବେ ମଜ୍ଜିଗଲେ ହିଁ ତାହା ଉପଭୋଗ୍ୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଙ୍ଗୀତ ସହ ଅଭିନୟ ମାଧ୍ୟମରେ ସାହିତ୍ୟକୁ ବୁଝିବାର ଶୈଳୀ ପରିବେଷଣ କରାଯାଇଥିଲା।

ଏତଦ୍‌ଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୁନ୍ଦର ସୁନ୍ଦର ଗଳ୍ପ ଉପସ୍ଥାପନା କରାଯାଇଥିଲା। ପିଲାମାନଙ୍କ ମନରେ ଭାଷାପ୍ରୀତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ଭାଷାରେ ଗଳ୍ପକଥନକୁ ଆଲୋକପାତ କରାଯାଇଥିଲା। ପ୍ରକାଶଥାଉକି ଏହି ସମ୍ମିଳନୀକୁ ବିଶିଷ୍ଟ ଲେଖକ ତଥା ମାର୍ଗଦର୍ଶକ ଡ. ଗୋପ ରଞ୍ଜନ ମିଶ୍ର ଉଦ୍‌ଘାଟନ କରି ପିଲାମାନଙ୍କର ଅତିପ୍ରିୟ ଗଳ୍ପ ଓ ସାହିତ୍ୟ ହୋଇଥିବାରୁ ପିଲାମାନେ ଏଥିରେ ମନୋନିବେଶ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

ସପ୍ତାହ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ, ସ୍ୱରଚିତ କବିତା କ୍ଷୁଦ୍ରଗଳ୍ପ ଇତ୍ୟାଦି ପ୍ରତିଯୋଗିତା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଏକ ପୁସ୍ତକ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରତ୍ୟକ୍ଷ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ ଭାଷା ଓ ସାହିତ୍ୟ ବଞ୍ଚି ରହିଲେ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପାଠାଗାର ବିଭାଗ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତାଙ୍କ ସହାଯ୍ୟ ସହଯୋଗରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ଡିଏଭି କଳିଙ୍ଗ ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ: ଜାଣନ୍ତୁ ଅଭିଯୋଗ

October 8, 2026

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଓ ଉଦାର ଶବ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପ୍ରକାଶ

October 8, 2026

ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ

October 8, 2026

MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ

October 8, 2026

UPI MDR ନିୟମରେ ବଡ଼ ପରିବର୍ତ୍ତନ: ଜାନୁଆରୀ ୧, ୨୦୨୭ରୁ ଲାଗୁ ହୋଇପାରେ ନୂଆ ଫ୍ରେମୱାର୍କ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.