ନାଚୁଣୀ: ଜାତୀୟ ରାଜପଥରେ ଲେଉଟିଲା ପିଚୁ ଡ୍ରମ ବୋଝେଇ ଟ୍ରକ, ଚାଳକ ଗୁରୁତର

Published: Sep 27, 2022, 10:46 pm IST

ନାଚୁଣୀ: ଜାତୀୟ ରାଜପଥରେ ପିଚୁ ଡ୍ରମ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିଚୁ ଡ୍ରମ ବୋଝେଇ ଟ୍ରକଟି ବରଡ଼ି ଛକ ନିକଟରେ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଗାଡ଼ି ଚାଳକ ଛିଟିକି ପଡ଼ି ରୋଡରେ ପଡ଼ିଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଚାଳକକୁ ଉଦ୍ଧାର କରି ମେଡିକାଲ ପଠାଇଥିବାର ଜଣାପଡିଛି।

Related posts