Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଦ୍ବାରା ସ୍ଥାନିୟ ରତ୍ନମାଳୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚତୁର୍ଥ ସ୍ତମ୍ବ ଭାବେ ପରିଚିତ ଗଣମାଧ୍ୟମର ପ୍ରତିନିଧି ମାନେ ଖବର ପ୍ରସାରଣ ସମୟରେ ନିରପେକ୍ଷତା ଅବଲମ୍ବନ କରିବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ, ସାମ୍ବାଦିକ ମାନଙ୍କର ବିମା କରି ରାଜ୍ୟର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ତତକାଳୀନ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜଙ୍କୁ ଭୂୟସି ପ୍ରଶଂସା କରାଯାଇଥିବା,ତଥା ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ତଥା ହତ୍ୟା କରାଯାଉଥିବାରୁ କଡା ସମାଲୋଚନା କରାଯାଇଥିଲା।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ମୂଖ୍ୟଅତିଥୀ, ଟାଙ୍ଗୀ ବିଡିଓ ଏୈଶ୍ବର୍ଯ୍ୟା ସାମନ୍ତରାୟ, ଟାଂଗୀ ଆଇଆଇସି ଦିଗବିଜୟ ବିଶ୍ବାଳ, ଆତ୍ମା ସଭାପତି ସୁକାନ୍ତ କୁମାର ରାଉତ, ସଂସଦ ସଂପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ।

ସଂଘ ମୂଖପାତ୍ର୍ ସରୋଜ କୁମାର ପାଇକରାୟ ଅତିଥି ପରିଚୟ, ସଂଘ ଉପଦେଷ୍ଟା ତଥା ଚିଲିକା ବ୍ଲକ ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ ଉଦ୍ଦେଶ୍ୟ ଞ୍ଜାପନ ତଥା ଧନ୍ୟବାଦ ଅର୍ପଣ କରିଥିଲେ ସଂଘ ଉପସଭାପତି ମନୋଜ ନାଇଡୁ।

ଏହି କାର୍ଯ୍ୟକ୍ରମରେ ପରିବେଶବିତ ସନ୍ତୋଷ ଚନ୍ଦ୍ର କର,ବଡପାରି ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଟାଂଗୀ ସାହିତ୍ୟଘର ସଭାପତି ବିଜୟ କୁମାର ରାଉତ, ଟାଂଗୀ ଦୂର୍ଗାଚରଣ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ଶତପଥି, ପୂର୍ବତନ ସରପଞ୍ଚ ଭରତ ଚରଣ ବେହେରା, ଡାକ୍ତର ମଧୂସୁଦନ ସେନାପତି, ସମାଜସେବୀ ମନୋଜ ଦାସ ପ୍ରମୂଖ ବିଶିଷ୍ଟ ବ୍ୟକ୍ତିି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସାମ୍ବାଦିକ ସଂଘର ସନ୍ଦିପନି ମିଶ୍ର, ରାମଚନ୍ଦ୍ର ପରାଡା, ରାକେଶ ଜଗଦ୍ଦେବ, ରାକେଶ ମହାନ୍ତି, ହିମାଶୁଂଭଷଣ ଚମ୍ପତିରାୟ, ରଜନୀକାନ୍ତ ମିଶ୍ର, ଦୂର୍ଗାପ୍ରସାଦ ଦାସ, ପ୍ରଶାନ୍ତ କୁମାର ବେହେରା ପ୍ରମୂଖ ସାମ୍ବାଦିକ ସହାୟତା କରିଥିଲେ।

ଜାତୀୟ ପ୍ରେସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.