Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ
ଆଞ୍ଚଳିକ

ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ

November 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସହିଦ କୃତିବାସ ଭବନ ପରିସରରେ ଆଜି ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ ହୋଇଯାଇଛି।  ଏହାସହ ମହିଳା ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ଅଭିଯାନ ଆଗାମୀ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ଜାରି ରହିବ।

ଆଜି ଉକ୍ତ ମହିଳା ହିଂସା ବିରୋଧୀ ଦିବସରେ ବାଣପୁର ବ୍ଲକର ତିନି ଶହରୁ ଉର୍ଦ୍ଧ୍ଵ କିଶୋରୀ ବାଳିକା ଓ ମା’ ମାନେ ତଥା ଗୋଦାବରୀଶ ମହାବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ଅଙ୍ଗନବାଡ଼ି କର୍ମୀ, ଅନ୍ୟାନ୍ୟ ସାମାଜିକ ସଂଗଠନ, ସାହିତ୍ୟିକ, ସାମ୍ବାଦିକ ତଥା ଅନ୍ୟାନ୍ୟ ସାମାଜିକକର୍ମୀ ମାନେ ଯୋଗଦେଇଥିଲେ।

ବିଶିଷ୍ଟ ମାନବାଧିକାର ଆନ୍ଦୋଳନର ପ୍ରବକ୍ତା ଭାଲ ଚନ୍ଦ୍ର ଷଡଙ୍ଗୀ, ବିଶିଷ୍ଟ ଲେଖିକା ଓ ମହିଳା ଆନ୍ଦୋଳନର ପ୍ରବକ୍ତା ତଥା ବାଣପୁରର ପୂର୍ବତନ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀଣି ବିଦୁପ୍ରଭା ରଥ ଏବଂ ଦାମିଆ ବରବରା ସରପଞ୍ଚ ବୀଣାପାଣି ଷଣ୍ଢ ଆଦି ଯୋଗଦେଇଥିଲେ।

ମହିଳାମାନଙ୍କ ଉପରେ ହେଉଥିବା ଭେଦଭାବ ଓ ହିଂସା ବିରୁଦ୍ଧରେ ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ଜାଗରଣ କରିବା ସହ ଏଭଳି ହିଂସାର ଶିକାର ହୋଇଥିବା ମା’ ଓ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ବାଣପୁରରେ ମହିଳା ମାନଙ୍କ ସଂଗଠନଗୁଡ଼ିକ ମଜବୁତ୍ କରିବା ଓ ସେମାନଙ୍କୁ ଆଇନ୍ କାନୁନ୍ ରେ ପ୍ରଶିକ୍ଷିତ କରିବା ପାଇଁ ସ୍ଥିର କରାଯାଇଛି। ଏଥିରେ ହିଂସା ବିରୁଦ୍ଧରେ ବାଣପୁର ବ୍ଲକର ମା’ ମନେ ଲଢ଼ିବା ସହ ବାଣପୁରକୁ ମହିଳା ହିଂସା ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ନେଇଛନ୍ତି।

ବୈଠକକୁ ପରିଷଦର ମୁଖ୍ୟ ସନ୍ଧ୍ୟା ଦେବୀ ପରିଚାଳନା କରିଥିବା ବେଳେ ସୌଦାମିନୀ ଦେଈ, ଗୀତମୟୀ, ଟୁନିଦାସ, କବିତା ପ୍ରଧାନ, ବିରେନ୍ଦ୍ର ବେହେରା, ତାରା ପ୍ରସାଦ ବାରିକ୍ ଆଦି ସଂଗଠନର ସାଥୀମାନେ ପରିଚାଳନାରେ ସହଯୋଗ କରିଥିଲେ।

ଏକତା ପରିଷଦ ଟ୍ରଷ୍ଟ ବାଣପୁର ସହିଦ କୃତିବାସ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026
Latest News

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.