Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୁଚିତ୍ରା ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ଡେଇଁପାରେ ସରହଦ
ଆଞ୍ଚଳିକ

ସୁଚିତ୍ରା ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ଡେଇଁପାରେ ସରହଦ

November 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ସରହଦକୁ ଡେଇଁବାରେ ସମର୍ଥ ରଖେ। ଚେତନାର ଚୌହଦି ଉତରଣରେ ସାହିତ୍ୟିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟକଟିଏ ହିଁ ଭାବ ଓ ଭାଷାର କୋଣାର୍କ ଗଢିପାରେ। ଏ ମାଟିର କବି ଭୀମଭୋଇ ଓ ଗଙ୍ଗାଧରଙ୍କ ସାହିତ୍ୟ ଆମର ଚିନ୍ତା ଓ ଚେତନାକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶବ୍ଦର ମୃତ୍ୟୁ ନାହିଁ। ସେ ଅକ୍ଷୟ ଓ ଚିର ଅମର। ତା ମଧ୍ୟରେ ଭାବ ରସ ଓ ଛାନ୍ଦ ଭରି ଦେବାର କ୍ଷମତା ସାହିତ୍ୟିକର ରହିଛି ବୋଲି ସୁଚିତ୍ରାର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଭାପତି ଡଃ ଦୀପେନ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁଜିତ୍ କୁମାର ପୃଷେଠ୍, ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ଦାଶ, ପତ୍ରିକାର ସଂପାଦକ କନ୍ଦର୍ପ ବେହେରା , ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି ପ୍ରମୁଖ ମଂଚାସୀନ ଥିଲେ।

ଅତିଥିମାନଙ୍କ ଦ୍ୱାରା ସୁଚିତ୍ରା ର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସୁଚିତ୍ରାର ବିଭିନ୍ନ ବିଭାଗ ପାଇଁ ସୁଚିତ୍ରା କବିତା ସମ୍ମାନ କବି ମାନିନି ମିଶ୍ର, ସୋନପୁର, ଶିଶୁ ସାହିତ୍ୟ ସମ୍ମାନ ନୃସିଂହ ଚରଣ ବିଶ୍ୱାଳ, ସମ୍ବଲପୁର, ଗଳ୍ପ ସମ୍ମାନ ରାଜୀବ ଗୋପାଳ ସ୍ୱାଇଁ, ଢେଙ୍କାନାଳ, କବି ପିତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ କାଳିଆ ସାହୁ, ନବପ୍ରତିଭା ସମ୍ମାନ ସ୍ନିଗଧା ନାୟକ, ଝାରସୁଗୁଡା ସୁଚିତ୍ରା କଳା ସମ୍ମାନ ସୁଧିର କୁମାର ସ୍ୱାଇଁ, ସମ୍ବଲପୁରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

ସ୍ୱନକ୍ଷତ୍ର ଉତ୍ସବରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଭାପତି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଂଯୋଜକ ଭାବରେ କବି ବିପିନ୍ ମହାନନ୍ଦ, କବି ଶେଷଦେବ ବିଶ୍ୱାଳ, କବୟତ୍ରୀ ଗୀତାରାଣୀ ସାହୁଙ୍କ କବିତା ସଂଯୋଜନାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦ ଜଣ କବି କବିତା ପାଠ କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

ସୁଚିତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.