Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଧାନ ମଣ୍ଡି ତୁରନ୍ତ ଖୋଲିବା ଦାବିରେ ସିପିଆଇ (ଏମ) ର ତହସିଲ କାର୍ଯ୍ୟାଳୟରେ ଧାରଣା
ଆଞ୍ଚଳିକ

ଧାନ ମଣ୍ଡି ତୁରନ୍ତ ଖୋଲିବା ଦାବିରେ ସିପିଆଇ (ଏମ) ର ତହସିଲ କାର୍ଯ୍ୟାଳୟରେ ଧାରଣା

December 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ସି.ପି.ଆଇ.ଏମ. ରଣପୁର ଆଞ୍ଚଳିକ କମିଟି ତରଫରୁ ଧାରଣା ଦିଆଯାଇଛି। ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସି ପି ଆଇ (ଏମ) ପକ୍ଷରୁ  ଧାରଣା ଦିଆଯାଇଛି।

ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, କ୍ଷେତମୁଳିଆ ନେତା ଦୁଃଶାସନ ଜେନା, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, ରଜତ ଜେନା, ନିରଞ୍ଜନ ରାଉତ, କୁଳମଣି ପଲେଇ ଓ ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ଦେଇ ସରକାରଙ୍କ ମଣ୍ଡି ଖୋଲି ଧାନ କିଣିବାରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନ ନୀରବତାକୁ ତୀବ୍ର ସମାଲୋଚନା କରିଥିଲେ। ଚଳିତ ବର୍ଷ ଧାନ ଫସଲ ଅମଳ କରି ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀ ଅଭାବୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ତେଣୁ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ରଣପୁର ଅଞ୍ଚଳରେ ତୁରନ୍ତ ମଣ୍ଡି ଖୋଲି ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ସହାୟକ ମୂଲ୍ୟ, ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ, ଧାନର ଅଭାବୀ ବିକ୍ରି ବନ୍ଦ, ଧାନ କ୍ରୟରେ ଦଳାଲିଙ୍କୁ ଜବତ କରିବା ଓ ଚାଷୀଙ୍କ ବକେୟା ଗଜା ଧାନର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ଦାବି କରିଥିଲେ।

ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ପାଇଁ ବିଳମ୍ବ କଲେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନି ଦିଆଯାଇଛି। ପରିଶେଷରେ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର କେଶବ ଚନ୍ଦ୍ର ବିଶ୍ୱାଳ ପ୍ରଶାସନ ତରଫରୁ ଗ୍ରହଣ କରିଥିଲେ।

ଧାନ ମଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.