Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଚିଲିକାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଞ୍ଚଳିକ

ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଚିଲିକାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

December 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ପୂର୍ବାହ୍ନରେ ବଡ଼କୁଳ ପାନ୍ଥ ନିବାସ ଠାରେ ଇକୋ ଟୁରିଜିମ ଡେଭଲପମେଣ୍ଟ ସୋସାଇଟି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ହୋଇଥିବା ଉକ୍ତ ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟ, ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ, ବଡ଼କୁଳ ସରପଞ୍ଚ ପ୍ରହ୍ଲାଦ ବେହେରା, ଅଠରବାଟିଆ ସରପଞ୍ଚ ଦୀପକ କୁମାର ଜେନା, ମୋଟର ବୋଟ ସଭାପତି ବଳରାମ ରାଉତରାୟ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତରାୟ, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଓଟିଡ଼ିସି ପରିଚାଳକ ସବ୍ୟସାଚୀ କର, ଶାନ୍ତି କମିଟିର ସଭ୍ୟସଭ୍ୟା ଏବଂ ସ୍ଥାନୀୟ ଅଂଚଳର ବାସିନ୍ଦା ଉପସ୍ଥିତ ଥିଲେ।

ଓଟିଡିସି ପରିଚାଳକ ଶ୍ରୀ କର ବିଗତ ଦିନର ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରସ୍ତାବ ସମ୍ପର୍କିତ ସୂଚନା ଦେଇଥିଲେ। ଯାହାକି ସୁଲଭ ଶୌଚାଳୟ, ପ୍ରାଇଭେଟ ବୋଟ ଆସୋସିଏସନ ଟିକେଟ ଗୃହ ପାଇଁ ଜମି ଚିହ୍ନଟ, ଡଷ୍ଟବିନ ସ୍ଥାପନ ସହ ସୁପରିଚାଳନା, ପ୍ରତିବର୍ଷ ଆୟବ୍ୟୟର ଅଟକଳ ଉପସ୍ଥାପନ, ଚଳିତ ବର୍ଷ ପ୍ରାରମ୍ଭରୁ ବିଭିନ୍ନ ଦୋକାନୀ ଏବଂ ବୋଟ ସଂଘର ସହମତିରେ ଉନ୍ନୟନ ମୂଳକ କାର୍ଯ୍ୟ ନିମିତ୍ତ ଦୈନିକ ଦେୟ ଆଦାୟ, ଜେଟିରେ ଭାସମାନ ପୋଲ ପ୍ରତିଷ୍ଠା, ଓଟିଡିସି ପରିସର ସମେତ ଜେଟି ପରିସରକୁ ସିସି କ୍ୟାମେରା ପରିସରଭୁକ୍ତ,ପ୍ରତ୍ୟେକ ଡଙ୍ଗାର ଲାଇସେନ୍ସ, ଇନ୍ସୁରାନ୍ସ ଯାଞ୍ଚ ସହ ପର୍ଯ୍ୟଟକ ଏବଂ ଚାଳକଙ୍କୁ ଲାଇଫ ଜ୍ୟାକେଟ ବାଧ୍ୟତା ମୂଳକ ଆଦି ସମ୍ବନ୍ଧରେ ଗୁରୁତ୍ୱାରୋପ ଦେବାସହ ଏହାକୁ ପାଳନ କରିବା ଦିଗରେ ସର୍ବସହମତ ପ୍ରକାଶ ପାଇଥିଲା।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Latest News

ଦୀପାବଳିରେ ମା’ କାଳୀଙ୍କୁ କାହିଁକି ପୂଜା କରାଯାଏ, ଜାଣନ୍ତୁ

October 19, 2025

ଆମେ ଘରେ କଣ ପାଇଁ ଦୀପ ଜାଳୁ, କଣ ରହିଛି ଏହାର ନିୟମ, ଜାଣନ୍ତୁ

October 19, 2025

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 19, 2025

ଭାଇଚାରା ବାର୍ତ୍ତା ସହ ଦୀପାବଳିରେ ପ୍ରଥମ ଥର ଓଡ଼ିଶା ପାଳିବ ‘ଗାଁ ଦିବସ’

October 19, 2025

ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.