Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଚିଲିକାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଞ୍ଚଳିକ

ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଚିଲିକାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

December 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ପୂର୍ବାହ୍ନରେ ବଡ଼କୁଳ ପାନ୍ଥ ନିବାସ ଠାରେ ଇକୋ ଟୁରିଜିମ ଡେଭଲପମେଣ୍ଟ ସୋସାଇଟି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ହୋଇଥିବା ଉକ୍ତ ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟ, ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ, ବଡ଼କୁଳ ସରପଞ୍ଚ ପ୍ରହ୍ଲାଦ ବେହେରା, ଅଠରବାଟିଆ ସରପଞ୍ଚ ଦୀପକ କୁମାର ଜେନା, ମୋଟର ବୋଟ ସଭାପତି ବଳରାମ ରାଉତରାୟ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତରାୟ, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଓଟିଡ଼ିସି ପରିଚାଳକ ସବ୍ୟସାଚୀ କର, ଶାନ୍ତି କମିଟିର ସଭ୍ୟସଭ୍ୟା ଏବଂ ସ୍ଥାନୀୟ ଅଂଚଳର ବାସିନ୍ଦା ଉପସ୍ଥିତ ଥିଲେ।

ଓଟିଡିସି ପରିଚାଳକ ଶ୍ରୀ କର ବିଗତ ଦିନର ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରସ୍ତାବ ସମ୍ପର୍କିତ ସୂଚନା ଦେଇଥିଲେ। ଯାହାକି ସୁଲଭ ଶୌଚାଳୟ, ପ୍ରାଇଭେଟ ବୋଟ ଆସୋସିଏସନ ଟିକେଟ ଗୃହ ପାଇଁ ଜମି ଚିହ୍ନଟ, ଡଷ୍ଟବିନ ସ୍ଥାପନ ସହ ସୁପରିଚାଳନା, ପ୍ରତିବର୍ଷ ଆୟବ୍ୟୟର ଅଟକଳ ଉପସ୍ଥାପନ, ଚଳିତ ବର୍ଷ ପ୍ରାରମ୍ଭରୁ ବିଭିନ୍ନ ଦୋକାନୀ ଏବଂ ବୋଟ ସଂଘର ସହମତିରେ ଉନ୍ନୟନ ମୂଳକ କାର୍ଯ୍ୟ ନିମିତ୍ତ ଦୈନିକ ଦେୟ ଆଦାୟ, ଜେଟିରେ ଭାସମାନ ପୋଲ ପ୍ରତିଷ୍ଠା, ଓଟିଡିସି ପରିସର ସମେତ ଜେଟି ପରିସରକୁ ସିସି କ୍ୟାମେରା ପରିସରଭୁକ୍ତ,ପ୍ରତ୍ୟେକ ଡଙ୍ଗାର ଲାଇସେନ୍ସ, ଇନ୍ସୁରାନ୍ସ ଯାଞ୍ଚ ସହ ପର୍ଯ୍ୟଟକ ଏବଂ ଚାଳକଙ୍କୁ ଲାଇଫ ଜ୍ୟାକେଟ ବାଧ୍ୟତା ମୂଳକ ଆଦି ସମ୍ବନ୍ଧରେ ଗୁରୁତ୍ୱାରୋପ ଦେବାସହ ଏହାକୁ ପାଳନ କରିବା ଦିଗରେ ସର୍ବସହମତ ପ୍ରକାଶ ପାଇଥିଲା।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Latest News

RBI Repo Rate ବଢ଼ିଲେ ବଢ଼ିବ EMI? ଘର, କାର ଓ ପର୍ସନାଲ ଲୋନ୍ ନେଇଥିବା ଲୋକଙ୍କ ଉପରେ ପଡ଼ିପାରେ ପ୍ରଭାବ

October 5, 2026

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.