Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଘର ପୋଡ଼ି ଘଟଣାରେ ଦୀର୍ଘ ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ
ଆଞ୍ଚଳିକ

ଘର ପୋଡ଼ି ଘଟଣାରେ ଦୀର୍ଘ ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ମାସ ପରେ ଘର ପୋଡ଼ି ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ବାଣପୁର ଥାନା କଉଡିଆ ସାହିର ବିଭୁତି ସାହୁ।

ସୂଚନା ମୁତାବକ ଚଳିତ ବର୍ଷ ଜୁଲାଇ ୨୭ ତାରିଖ ଦିନ କଉଡିଆ ସାହିର ବିଭୁତି ସାହୁ ଏବଂ ପତ୍ନୀ ଦମୟନ୍ତୀ ସାହୁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ। ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା। ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ବାଣପୁର ପୋଲିସ କେସ ନମ୍ବର ୨୯୨/୨୨ ରେ ମାମଲା ରୁଜୁ କରିଥିଲା, କିନ୍ତୁ ବିଭୁତି ଫେରାର ହୋଇଯାଇଥିଲେ।

ସେବେଠାରୁ ପୋଲିସ ବିଭୁତିଙ୍କ ତଲାସ ଜାରି ରଖିଥିବା ବେଳେ ଗତକାଲି ବିଭୁତି ନିଜ ଗ୍ରାମକୁ ଆସିଥିବା ଖବର ପାଇଁ ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଗିରଫ ଘର ପୋଡି ଘଟଣା ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଋଷିକେଶରେ ଆରଭିଏନଏଲ୍ ପ୍ରକଳ୍ପ ସାଇଟ୍ ପରିଦର୍ଶନ କଲେ ଓଡ଼ିଶା ପ୍ରତିନିଧି ଦଳ

March 13, 2026

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.