Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାଞ୍ଚ ବର୍ଷ ହେଲା ଡିଏମଡି ରୋଗରେ ଆକ୍ରାନ୍ତ ନୀତିଶ: ସରକାରୀ ସାହାଯ୍ୟ ମିଳିବ କେବେ?
ଆଞ୍ଚଳିକ

ପାଞ୍ଚ ବର୍ଷ ହେଲା ଡିଏମଡି ରୋଗରେ ଆକ୍ରାନ୍ତ ନୀତିଶ: ସରକାରୀ ସାହାଯ୍ୟ ମିଳିବ କେବେ?

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ପିଲାମାନଙ୍କର ଭବିଷ୍ୟତ ପାଇଁ ବହୁଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ରୋଗର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଗ୍ରାମାଞ୍ଚଳରେ ଏହି ସେବା ଠିକ୍ ସମୟରେ ପହଞ୍ଚି ପାରୁ ନ ଥିବାରୁ ବହୁ ପିଲା ମୃତ୍ୟୁମୁଖରେ ପଡ଼ୁଛନ୍ତି।

ନାକଟିଦେଉଳ ବ୍ଲକ୍ ର ବିନ୍ଧପୁର ଗ୍ରାମରେ ଜଣେ ୧୨ ବର୍ଷର ବାଳକ ଦିନେ କି ଦୁଇଦିନ ନୁହଁ, ଆଜିକୁ ପାଞ୍ଚବର୍ଷ ହେବ ଡ଼ିଏମଡି ରୋଗରେ ଆକ୍ରାନ୍ତ ହୋଇ ଘରେ ବସିରହିଛନ୍ତି, ହେଲେ ସରକାରୀ ସ୍ତରରେ ତାଙ୍କୁ ଏ ଯାଏଁ ସାହାଯ୍ୟ ମିଳି ପାରିନି। ସେଇ ବାଳକ ଜଣଙ୍କ ହେଲେ ବାର ବର୍ଷର ନୀତିଶ।

ପରିବାର ଲୋକେ ଅନେକ ଡାକ୍ତରଙ୍କ ପରାମର୍ଶ କରିଥିଲେ ମଧ୍ୟ ଏହି ରୋଗ ଭଲ ହେଉନି।  ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ। ଯେଉଁ ବୟସରେ ସାଙ୍ଗସାଥିଙ୍କ ସହ ଖେଳକୁଦ କରିବା ସହ ବିଦ୍ୟାଳୟ ଯାଇ ପାଠ ପଢିଥାନ୍ତେ, ସେହି ବୟସରେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ନୀତିଶ।

ସମ୍ବଲପୁର ଜିଲ୍ଲା ନାକଟିଦେଉ ବ୍ଲକ ବିନ୍ଧପୁର ଗାଁର କୌଶିକ ଓ ରିତାଙ୍କ ଏକମାତ୍ର ପୁଅ ହେଉଛନ୍ତି ନୀତିଶ। ନୀତିଶର ପାଠ ପଢିବା ପାଇଁ ବାପା ଗାଁ ବିନ୍ଧପୁରରୁ ରେଢ଼ାଖୋଲ ସହରକୁ ଚାଲି ଆସିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା, ୨୦୧୭ ମସିହାରେ ଦ୍ୱିତୀୟ ଶ୍ରେଣୀ ପଢ଼ୁଥିବା ସମୟରେ ସେ ଡ଼ିଏମଡି ରୋଗରେ ଆକ୍ରାନ୍ତହୋଇଥିଲେ।

ଆଜିକୁ ଦୀର୍ଘ ପାଞ୍ଚବର୍ଷ ହେବ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ରୋଗ। ଏହି ରୋଗ ହେଲେ ଦେହର ସମସ୍ତ ମାଂସପେଶୀ ଦୁର୍ବଳ ହୋଇ ଯାଏ। ଆଗରୁ ଖେଳ କୁଦ ସହ ସବୁ ନିଜକାମ ନିଜେ କରିପାରୁଥିଲେ, ହେଲେ ରୋଗରେ ଆକ୍ରାନ୍ତ ପରେ ଦିନକୁ ଦିନ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଖାଇବା, ପିଇବା ସହ ପାହୁଣ୍ଡେ ବି ଚାଲିବା ପାଇଁ ମଧ୍ୟ ନୀତିଶଙ୍କର ଶକ୍ତି ନାହିଁ। ଏଭଳି ବାରମ୍ବାର ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ଡାକ୍ତରଖାନାକୁ ନେଲେ ପରିବାର ଲୋକେ। ସେଠାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଲେ। ସେଠାରେ ନୀତିଶ ଡ଼ିଏମଡି ରୋଗରେ ଆକ୍ରାନ୍ତ ଥିବା କଥା ଜଣାପଡିଥିଲା।

ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିବା କୌଶିକ, ଏବେ ପୁଅର ଚିକିତ୍ସା ପାଇଁ ଧାର କରଜ କରି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଆର୍ଥିକ ଅଭାବ ଥିବାରୁ ପୁଅର ଅଧିକ ଚିକିତ୍ସା କରିପାରୁନାହାନ୍ତି କୌଶିକ। ତେଣୁ ସେ ସରକାରଙ୍କ ସହାୟତା ପାଇଁ ଅପେକ୍ଷା କରିଛନ୍ତି। ଯାହାଦ୍ଵାରା ତାଙ୍କ ପୁଅ ସୁସ୍ଥ ହୋଇ ଆଉ ଥରେ ସଠିକ ଭାବେ ଚାଲିପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.