Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ଗଳ୍ପ ସଂକଳନ “ଛାଇ ସହ ମୁହାଁମୁହିଁ” ଉନ୍ମୋଚିତ
ଆଞ୍ଚଳିକ

ବାଲୁଗାଁ: ଗଳ୍ପ ସଂକଳନ “ଛାଇ ସହ ମୁହାଁମୁହିଁ” ଉନ୍ମୋଚିତ

January 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି “ଚଳିତ ଦଶକର ସର୍ଜନ ସାହିତ୍ୟ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହେବା ସହ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଗଳ୍ପ ପୁସ୍ତକ “ଛାଇ ସହ ମୁହାଁମୁହିଁ”ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥିତଯଶା ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁ କହିଲେ ଯେ, ମାତୃଭାଷାକୁ ଭଲ ପାଇଲେ ଜାତିର ଗାରିମା ବିକଶିତ ହୁଏ ଓ ଆମ ଜାତୀୟ ଚେତନା ପ୍ରତିଫଳିତ ହୋଇଥାଏ। ଛାତ୍ରଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଓଡ଼ିଆ ଭାଷାର ଲେଖକ ମାନଙ୍କ ଗଳ୍ପ, କବିତା, ଉପନ୍ୟାସ ଆଦି ଅଧ୍ୟୟନ ପଢିଲେ ବିଭିନ୍ନ ସମୟର ସାମାଜିକ ଚିତ୍ରଣ ଓ ସାଂସ୍କୃତିକ ଐତିହ୍ୟ ତଥା ବୌଦ୍ଧିକ ପ୍ରତିଫଳନ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରି ପାରନ୍ତେ। ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ପଠନଶୀଳତା ହ୍ରାସ ହେବା ସହ ନିଜ ଚାରିପଟର ବ୍ୟକ୍ତି ଓ ପ୍ରକୃତି ସମ୍ପର୍କରେ ଅନାଗ୍ରହତା ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗରଣ ପ୍ରତି ଏକ ଅପମାନନ।

ସାମ୍ପ୍ରତିକ ସମୟର ଦୃଶ୍ୟପଟ କିପରି ଉପସ୍ଥାପିତ ହୋଇଛି ତାହା ଆଲୋଚନା କରିଥିଲେ।  ରାଷ୍ଟ୍ରପତିଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ହୋଇଥିବା ପ୍ରକାଶକ ବନୋଜ କୁମାର ତ୍ରିପାଠୀ ଚଳିତ ଦଶକର ସର୍ଜନ ସାହିତ୍ୟ ସମ୍ପର୍କରେ ଆଲୋକପlତ କରି ଯୁବ ପିଢ଼ି ସର୍ଜନ ମନସ୍କ ହେବାପାଇଁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅଧ୍ୟକ୍ଷତା କରି ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଛାତ୍ରଛାତ୍ରୀ ମାନେ ସାମ୍ପ୍ରତିକ ସମୟର ଲେଖକ ମାନଙ୍କୁ ପଢିବା ସହିତ ଗଳ୍ପ କବିତା ଲେଖି ଛାତ୍ର ଜୀବନର ଉତ୍କର୍ଷତା ପ୍ରତିପାଦନ କରିବାକୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଉଚ୍ଚାଙ୍ଗ ସାହିତ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସପ୍ତଫେଣୀର ମୁଖ୍ୟ ସମ୍ପାଦକ କବି ଗୋପୀନାଥ ଦାଶ ବାଲୁଗାଁ ଓ ବାଣପୁର ଅଂଚଳର ଲେଖକ ମାନଙ୍କ ସାହିତ୍ୟ କିପରି ଓଡ଼ିଶାର ସାହିତ୍ୟ ପରିମଣ୍ଡଳକୁ ପରିପୁଷ୍ଟ କରିଛି, ଆଲୋଚନା କରିଥିଲେ।

ଉତ୍ସବରେ ଡକ୍ଟର ଲକ୍ଷ୍ମୀ ସୁବୁଦ୍ଧି, ଡକ୍ଟର ରଘୁନାଥ ଓଝା, ଅଧ୍ୟାପିକା ରୀନା ରାଉତ, ପ୍ରିୟଦର୍ଶିନୀ ମହାରଣା, ଗବେଷକ ମଦନ ମୋହନ ମହାପାତ୍ର, ଡକ୍ଟର ଅକ୍ଷୟ ମିଶ୍ର, ଗାଳ୍ପିକ ସୁଶାନ୍ତ ଦାଶ, ଝରଣା ନାଥ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶ୍ରୀ ଜୁନାଲି ସୁର, ଓ ଶୋଭିତ ଜେନା ଏଥିରେ ସହାୟତା କରିଥିଲେ।

ଗଳ୍ପ ସଂକଳନ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026
Latest News

ଆଜି “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 6, 2026

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.