Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବାଳିକା ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ଆଞ୍ଚଳିକ

ବାଣପୁରରେ ବାଳିକା ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

January 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଅଛି। ପ୍ରଶିକ୍ଷଣ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବାଳିକାମାନଙ୍କୁ ଆଲୋକପାତ କରିଥିଲେ।

ବାଳିକା ଆତ୍ମାରକ୍ଷା କୌଶଳର ପ୍ରଶିକ୍ଷଣ ଶିବିରର ସଂଯୋଜିକା ତଥା ଅଧ୍ୟାପିକା ଗିତାଞ୍ଜଳୀ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ପ୍ରହ୍ଲାଦ ଜେନା, ନିରଞ୍ଜନ ପ୍ରଧାନ, ନୀଳମଣି ଘଡ଼ାଇ, ରାମକୃଷ୍ଣ ପାଲଟାସିଂହ ପ୍ରମୁଖ ଉଦବୋଧନ ଦେଇ ଛାତ୍ରୀମାନଙ୍କୁ କୌଶଳ ଶିକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ଜେନା, ତପନ କୁମାର ସାହୁ, ପ୍ରଶାନ୍ତ ହୋତା, ବସନ୍ତ କୁମାର ଛାଟୋଇ ପ୍ରମୁଖ ସହଯୋଗ କରିଥିଲେ। ମାଷ୍ଟର ପ୍ରଶିକ୍ଷିକା ଭାବେ ଆସମା ବେଗମ ଛାତ୍ରୀ ମାନଙ୍କୁ ବାଳିକା ଆତ୍ମାରକ୍ଷର ବିଭିନ୍ନ କୌଶଳ ଗୁଡିକ ତାଲିମ ପ୍ରଦାନ କରିଥିଲେ।

ଏହି ଶିବିରରେ ୬୪ ଜଣ ଛାତ୍ରୀ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ପରିଶେଷରେ ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ପାତ୍ର ବଣ୍ଟନ କରାଯାଇଥିଲା।

ଗମ୍ଭାରୀମୁଣ୍ଡା ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025
Latest News

୩୦ ଯାଏଁ ପ୍ରବଳ ବର୍ଷା: ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

August 28, 2025

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.