Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଠ! ଜାଗ! ବିବେକାନନ୍ଦ ଅମୃତ ମହୋତ୍ସବ ଯାତ୍ରା ଅନୁଷ୍ଠିତ
ଆଞ୍ଚଳିକ

ଉଠ! ଜାଗ! ବିବେକାନନ୍ଦ ଅମୃତ ମହୋତ୍ସବ ଯାତ୍ରା ଅନୁଷ୍ଠିତ

January 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଜନନୀ ଜନ୍ମଭୂମିର ଦାସତ୍ତ୍ୱରୁ ମୁକ୍ତ କରିବାକୁ ବହୁ ଦେଶପ୍ରେମୀ ଓ ପରାକ୍ରମି ଏ ଜାତି ପାଇଁ ତ୍ୟାଗ କରିଛନ୍ତି। ଭାରତ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଭାରତ ଆର୍ଥିକ ଓ ସମାରିକ କ୍ଷେତ୍ରରେ ବହୁ ସିଦ୍ଧି ଲାଭ କରିଥିଲେ ମଧ୍ୟ ଆମେ ସ୍ୱପ୍ନର ଭାରତକୁ ସାକାର କରିପାରିନାହୁଁ।

ସ୍ୱାମୀଜୀ କହୁଥିଲେ “ଉଠ ଜାଗ” ଏହିଭଳି ବାର୍ତ୍ତା ଯୁବ ସମାଜକୁ ଆହ୍ୱାନ ଦେଇ ସୁପ୍ତ ଅବସ୍ଥାରେ ଥିବା ସମାଜକୁ କେବଳ ଯୁବକ ମାନେ ହିଁ ଜାଗ୍ରତ କରିପାରିବେ। ତେଣୁ ବିବେକାନନ୍ଦ କହୁଥିଲେ “ନବୀନ ପିଢ଼ି ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ” ସେମାନେ ସିଂହ ପରାକ୍ରମରେ ସବୁ ସମସ୍ୟାର ସମଧାନ କରିବେ।

ଆଜିର ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା, ପ୍ରତେକ ଜିଲ୍ଲାର ତିନୋଟି ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ସାନମାନିତ କରିବା, ଭାରତର ସାମର୍ଥ୍ୟ ଓ ଉପଲବ୍ଧି ଗୁଡିକୁ ହୃଦୟଙ୍ଗମ କରିବା, ଭାରତର ସ୍ୱାଧୀନତାର ଶତାବର୍ଷିକୀ ୨୦୪୭ ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ର ପୁନଃରୁଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଗ୍ରହୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ପ୍ରେରଣାପ୍ରଦ ମଞ୍ଚ ନିର୍ମାଣ କରିବା ଥିଲା ମୁଖ୍ୟ ଉଦେଶ୍ୟ।

ଏହି ପରିପ୍ରେକ୍ଷୀରେ ବିବେକାନନ୍ଦଙ୍କ ଏକ ସୁସଜିତ ରଥ ବାଲୁଗାଁ ଚିଲିକାରଣୀ ସ୍କୁଲରେ ପହଁଚିଲା ପରେ ତାହାକୁ ବିପୁଳ ପରିମାଣରେ ସ୍ୱାଗତ କରାଯାଇଥିଲା। ସେଠାରୁ ଗାନ୍ଧିଛକ ଓ ପରେ ବାଲୁଗାଁ କଲେଜଠାରେ ସ୍ୱାଗତ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା।  ସେଠାରୁ ବାଣପୁର ଅଭିମୁଖେ ଆସି ବିସରପଟଣା ନିକଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍ସସିତ ସମ୍ବର୍ଦ୍ଧନା ଦେଇ ବାଣପୁର ପରିକ୍ରମା କରି ଲକ୍ଷ୍ମୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଶିଶୁ ମନ୍ଦିର କଳାକାର ମାନଙ୍କ ଦ୍ୱାରା ସୁପ୍ତ ଅବସ୍ଥାରେ ଥିବା ସମାଜକୁ କିପରି ଯୁବ ସମାଜ ଜାଗ୍ରତ କରିବେ ତାହାର ଏକ ନାଟକ ପରିବେଷଣ କରାଯାଇଥିଲା।

ସ୍ୱାଗତ ସମ୍ବର୍ଦ୍ଧନା କମିଟି ସଭାପତି ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅମୃତ ମହୋତ୍ସବ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ସ୍ୱାମୀ ଗଣେଶ୍ୱର ନାଥ ଓ ସମ୍ମାନିତ ଅତିଥି ଭାବେ ସ୍ୱାମୀ ବାଲ୍ମୀକି ଦାସ ଯୋଗ ଦେଇ ବିବେକାନନ୍ଦଙ୍କ ବାଣୀ ରାଷ୍ଟ୍ରର ପ୍ରାଣ ହେଉଛି ଧର୍ମ ଏବଂ ଧର୍ମର ମୂଳତତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ।  ଏବଂ ସମାଜକୁ ଈଶ୍ୱର ଭାବନାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବର ସଦସ୍ୟ ବୈରାଗୀ ଚରଣ ବଳଙ୍କ ତତ୍ୱାବଧାନରେ ସମାପନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.