ପଦରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

Published: Feb 1, 2023, 3:51 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପଦରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ମଳିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଲାଞ୍ଜିଆ ପଞ୍ଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ସରପଞ୍ଚ ଅନୀଲ ମହାଙ୍କୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶିକ୍ଷୟତ୍ରୀ କଲ୍ୟାଣୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଯୋଗଦାନ କରି ଅତିଥି ମାନେ ବିଦ୍ୟାଳୟ କମିଟି ଓ ଅଭିଭାବକ ମାନେ ମିଶି ଛାତ୍ର ଓ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଭୁମିକା ତୁଲାଇବା ପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର “ବିଦ୍ୟା ଅର୍ଜନ” ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ପ୍ରକାଶ ପାଇଥିଲା। ଆଜିର ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ଅଭିଭାବକ ଯୋଗ ଦେଇଥିଲେ।

Related posts