
ରଣପୁର: ରଣପୁର କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀ ରଶ୍ମିତା ମୁଖୀ ଜାନୁଆରୀ ୨୮ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ ପ୍ୟାରେଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ୟାରେଡ ଦିଲ୍ଲୀ କରିଅପା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ରଶ୍ମିତା ମୁଖୀ ରଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ଏଥି ପାଇଁ ରଶ୍ମିତାଙ୍କୁ ଆଜି ରଣପୁର ବାଘ ସାମନ୍ତ ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶୁଭାରମ୍ଭ ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା।