କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ଥାନା ଅଧିକାରୀ କୃପା ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଗନ୍ନାଥ ପ୍ରସାଦ ଗ୍ରାମରେ ବିକ୍ରି ହେଉଥିବା କୁଚିଆ ଦେଶୀ ମଦକୁ ସଂପୂର୍ଣ୍ଣ ରୂପେ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ନାକଟିଦେଉଳ ମନ୍ଦିର ଛକ ଏବଂ ଗୋଧିଢିପ ଛକରେ ଟ୍ରାଫିକ ବ୍ୟବସ୍ଥା ଏବଂ ବାଟଗାଁରେ ଏକ ପୁଲିସ ଆଉଟ ପୋଷ୍ଟ ପାଇଁ ମତପ୍ରକାଶ ପାଇଛି।
ଏହି ବୈଠକରେ ମହିଳା ନେତ୍ରୀ ଗୀତାଞ୍ଜଳି ପ୍ରଧାନ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଯୁବନେତା ଧିରେନ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଦର୍ଶନ ସାହୁ, ସରାପାଲି ସରପଞ୍ଚ ଶିବାନୀ ବାରିକ, ଦନାର ପ୍ରଧାନଙ୍କ ସମେତ ନାକଟିଦେଉଳ ଅଞ୍ଚଳର ବୁଦ୍ଧିଜୀବୀ ସ୍ବେଛାସେବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଥାନା ଏଏସଆଇ ହୀରାଧର ବେହେରା, କନଷ୍ଟେବଳ ସୁରେଶ ସାହୁ, ସ୍ୱରାଜ ବେହେରା, ଅକ୍ଷୟ କୁମାର ସାହୁ, ବିଜୟ ଲଷ୍ମୀ ସାହୁ ଓ ଅନିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।
Tags: ନାକଟିଦେଉଳ ପୁଲିସ, ପୁଲିସ ସମିତି ବୈଠକ