Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଣପୁର ଏନଏସିରେ ଏକାଧିକ ଜଳଛତ୍ର ଉଦଘାଟିତ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଣପୁର ଏନଏସିରେ ଏକାଧିକ ଜଳଛତ୍ର ଉଦଘାଟିତ

March 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାରା ଓଡ଼ିଶାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ବିତରଣ କେନ୍ଦ୍ର ଖୋଲି ନାଗରିକମାନଙ୍କୁ ପାନୀୟ ଜଳ ପ୍ରଦାନ କରିବାକୁ ସରକାରୀ ସ୍ତରରେ ନିର୍ଦେଶ ଅଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ପୃଥକ ପୃଥକ ଭାବେ ସାତ ଗୋଟି ସ୍ଥାନରେ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି। ଏହାକୁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମିଳିତ ଭାବେ ଉଦଘାଟନ କରିଥିଲେ। ଉକ୍ତ ଜଳଛତ୍ର କେନ୍ଦ୍ର ଖୋଲିବା ଦ୍ୱାରା ବହୁ ପଥଚାରି ଉପକୃତ ହେବେ ବୋଲି ଆଶା କରାଯାଇଛି।

ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ, ଯୁବ ସଂଗଠକ ମନୋଜ ବାରିକି, ସତ୍ୟନାରାୟଣ ପ୍ରଧାନ ଆଦି ଉପସ୍ଥିତ ଥିଲେ।

ଗ୍ରୀଷ୍ମ ପ୍ରବାହ ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ଆଜିଠାରୁ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

September 13, 2025

୩୦ ତାରିଖ ସୁଦ୍ଧା କୃଷି ସର୍ବେକ୍ଷଣ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପାଦନ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

September 13, 2025

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ଗ୍ରେଟ୍‌ ନିକୋବାର ପ୍ରକଳ୍ପ ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ନବନିର୍ମିତ ପାଟଣାଗଡ କୃଷି ଭବନର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.