Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଧ୍ୟ ପ୍ରଦେଶରୁ ଭିଟାମାଟିକୁ ଫେରିଲା ପାର୍ଥିବ ଶରୀର, ବିଜେପି ନେତା ସମ୍ବିତ ପାତ୍ରଙ୍କ ସହଯୋଗ
ଆଞ୍ଚଳିକ

ମଧ୍ୟ ପ୍ରଦେଶରୁ ଭିଟାମାଟିକୁ ଫେରିଲା ପାର୍ଥିବ ଶରୀର, ବିଜେପି ନେତା ସମ୍ବିତ ପାତ୍ରଙ୍କ ସହଯୋଗ

March 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଧ୍ୟ ପ୍ରଦେଶରୁ ଭିଟାମାଟିକୁ ଫେରିଲା ପାର୍ଥିବ ଶରୀର, ବିଜେପି ନେତା ସମ୍ବିତ ପାତ୍ରଙ୍କ ସହଯୋଗ

ବାଲୁଗାଁ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ରଙ୍କ ହସ୍ତକ୍ଷେପ ପରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ମର ଶରୀର ସୁଦୂର ମଧ୍ୟପ୍ରଦେଶ ରୁ ଆସି ପହଁଚିବା ପରେ ଆଜି ସକାଳେ ଅନ୍ତେଷ୍ଟି କ୍ରିୟାକର୍ମ କରାଯାଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତର ମହେଶ୍ୱର ପ୍ରଧାନଙ୍କ ପୁଅ ସହଦେବ ପ୍ରଧାନ ଦୀର୍ଘ ଦିନ ଧରି ମଧ୍ୟ ପ୍ରଦେଶ ଇନ୍ଦୋର ଗୋଏଲ ନଗର ସ୍ଥିତ ମାରାଲ ଓଭରସିଜ ଲିମିଟେଡ଼ କମ୍ପାନୀରେ ମେଣ୍ଟେନାନ୍ସ ଫିଟର ଭାବେ କାର୍ଯ୍ୟରତ ଥିଲେ। ମାତ୍ର ଗତ ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ମିଳିଥିଲା।

ଏହି ଖବର ଗ୍ରାମରେ ପହଁଚିବା କ୍ଷଣି ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ବର୍ଗ ଧର୍ଯ୍ୟହରା ହୋଇପଡିଥିଲେ।ପରିବାର କହିଲେ ପତ୍ନୀ ମାଳତୀ ପ୍ରଧାନ ଓ ଦୁଇ ଯମଜ ସନ୍ତାନ ତୁଷାର ପ୍ରଧାନ ଓ ବିନୟ ପ୍ରଧାନ ନବମ ଶ୍ରେଣୀରେ ଅଧ୍ୟୟନ ରତ।ସ୍ୱାମୀର ମର ଶରୀର ଭିଟାମାଟିକୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅନୁରୋଧ କରିଥିଲେ।

ସରପଞ୍ଚ ଓ ସମିତି ସଭ୍ୟଙ୍କ ଅନୁରୋଧ କ୍ରମେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର ତତକ୍ଷଣାତ ସମ୍ପୃକ୍ତ ପରିବାରକୁ ସହାୟତା ର ହାତ ବଢ଼ାଇଥିଲେ ଏବଂ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଅନୁରୂପ ସେହି ମେଡିକାଲ ଡାକ୍ତରଙ୍କ ସହ କଥା ହୋଇ ବ୍ୟବଛେଦ ପ୍ରକ୍ରିୟା ଶୀଘ୍ର ସାରିବାକୁ ଅନୁରୋଧ ମଧ୍ୟ କରିଥିଲେ ଡ଼ା ପାତ୍ର। ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଓଡ଼ିଆ ବ୍ୟକ୍ତିଙ୍କୁ କିଛି ଆର୍ଥିକ ସହଯୋଗ କରି ନିଜ ମାଟିକୁ ଶବ ଫେରାଇଆଣିବା ବ୍ୟବସ୍ଥା କରିଥିଲେ ଶ୍ରୀ ପାତ୍ର।

ତେବେ ସ୍ୱାମୀଙ୍କୁ ହରାଇ ଏକା ହୋଇପଡିଥିବା ପତ୍ନୀ ମାଳତୀ ଓ ପିଲାମାନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ସମେତ ସମ୍ପୃକ୍ତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳୁ ବୋଲି ସାଧାରଣରେ ଦାବି ହେଉଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ତେବେ ଡ଼ା ସମ୍ବିତ ପାତ୍ରଙ୍କ ଉକ୍ତ ପଦକ୍ଷେପକୁ ଚିଲିକା ବାସି ପ୍ରଶଂସା କରିଛନ୍ତି।

ବାଲୁଗାଁ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.