
ସୀତାରାମ ଅଗ୍ରୱାଲ
ବାଣପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୂ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁମନ୍ଦିରର ପ୍ରଧାନ ଗୁରୁଜୀ ଅବିନାଶ ପଟ୍ଟନାୟକ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ହିନ୍ଦୁ ନବ ବର୍ଷ ପାଳନର ମହତ୍ୱ ଉପରେ ଆଲୋକପାତ କରିବା ସହ ସଂଘର ପ୍ରତିଷ୍ଠା ତଥା କେଶବ ବଳିରାମ ହେଡଗୱରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସଂଘଚାଳକ ସତ୍ୟ ନାରାୟଣ ଷଡଙ୍ଗୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି, ବରିଷ୍ଠ ସ୍ୱୟଂସେବକ କୈଳାସ ଚନ୍ଦ୍ର ଖୁଣ୍ଟିଆ, ବୈରାଗୀ ଚରଣ ଏବଂ ବହୁ ସ୍ୱୟଂସେବକ ଉପସ୍ଥିତ ଥିଲେ।