Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି
ଆଞ୍ଚଳିକ

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

April 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ସପ୍ତମ ବାର୍ଷିକ ଅଧିବେଶନ ଆଜି ବ୍ରେନସିଡ ଏକାଡେମୀ ସଭାଗୃହରେ ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଭାଗିରଥି ସ୍ୱାଇଁଙ୍କ ବେଦପାଠ ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦଘାଟିତହୋଇଥିଲା। ଜାତୀୟ ସଂଗୀତ ପରିବେଷଣ ସହ ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ସମ୍ପାଦିକା ରୋଟାରୀଆନ ଭାରତୀ ପୁଷ୍ପା ସିଂ ରାଠୋର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ରୋଟାରୀଆନ ରାଜକିଶୋର ପ୍ରଧାନଙ୍କ ସଂଯୋଜନାରେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଜି ପ୍ରଭୁଦତ୍ତ ସୁବୁଦ୍ଧି, ବିଶିଷ୍ଟ ଅତିଥି ଭାବେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରବିନାରାୟଣ ମିଶ୍ର ଯୋଗଦେଇ ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ବିଭିନ୍ନ ଅଭିନଵ ପ୍ରକଳ୍ପ, ଜନସେବା, ଚିଲିକା ଓ ପରିବେଶ ସମ୍ପର୍କିତ ସଚେତନତା, ଜେଲ ସଂସ୍କାର କାର୍ଯ୍ୟକ୍ରମ ସମେତ ହାପି ସ୍କୁଲ ପ୍ରକଳ୍ପକୁ ପ୍ରଶଂସା କରିବା ସହ ନିଃସ୍ୱାର୍ଥପର ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହ ଡିଜି କହିଥିଲେ ଯେ କୌଣସି ଭଲ କାର୍ଯ୍ୟର ଯୋଜନା କରିବା ମାତ୍ରେ ତାକୁ ଯଥା ଶୀଘ୍ର ଆରମ୍ଭ କରାଯିବା ଉଚିତ ନଚେତ ଏହି ସୁଯୋଗ ଆଉ ମିଳିପାରେ। ପ୍ରତି ବ୍ୟକ୍ତି ପାଖରେ ସମାଜସେବା କରିବା ପାଇଁ ଅଫୁରନ୍ତ ଉତ୍ସ ଓ ସମ୍ଭାବନା ରହିଛି।

ଏହି ଅବସରରେ କ୍ଲବ ପକ୍ଷରୁ ପ୍ରଥମେ କ୍ଲବ ଉପଦେଷ୍ଟା ମୃଣାଲ ନାୟକ ଓ ପୁରୀ ରୋଟାରୀ କ୍ଲବର ନାରାୟଣ ଦାଶ, ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ପ୍ରଥମ ମହିଳା ପ୍ରିୟଦର୍ଶିନୀ ମହାରଣା, ସଦସ୍ୟା କଳ୍ପନା ମହାପାତ୍ର ଓ ନୂତନ ସଦସ୍ୟା ଅଧ୍ୟାପିକା ନମିତା ଦାଶଙ୍କୁ ଡିଜି ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଜିଲ୍ଲା ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସମାଜସେବା ଓ ଦୃଢ଼ ନେତୃତ୍ୱ ପାଇଁ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା କ୍ଲବ ପକ୍ଷରୁ ତାଙ୍କୁ ସ୍ମୃତିଫଳକ ପ୍ରଦାନ କରିବା ସହ ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟେନ୍ଦ୍ର ସ୍ୱାଇଁ, ନମିତା ଝା ଓ କ୍ୟାପଟେନ ଅକ୍ଷୟ କୁମାର ମିଶ୍ର ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ଯଦୁମଣି ତରାଇ।

ଉକ୍ତ ବାର୍ଷିକ ଅଧିବେଶନରେକ୍ଲବ ର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ପାଇକରାୟ, ଯଦୁମଣି ତରାଇ, ଗଜେନ୍ଦ୍ର ସେଠୀ, ଭାଗିରଥି ପାଇକରାୟ, ଏମ.ଶମ୍ଭୁ, ବ୍ରେନସିଡ ନିର୍ଦେଶକ ଦୀପକ ସ୍ୱାଇଁଙ୍କ ସମେତ ରୋଟାରାକ୍ଟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ସମାଜସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026
Latest News

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.