Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଆନୁଷ୍ଠାନିକ ପରିଦର୍ଶନ
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଆନୁଷ୍ଠାନିକ ପରିଦର୍ଶନ

April 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଏପ୍ରିଲ ୧୬ ତାରିଖ ୧୯୮୮ ମସିହାରେ ଗଠନ ହୋଇଥିବା ବାଣପୁର ବାଲୁଗାଁ ରୋଟାରୀ କ୍ଳବକୁ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ କ୍ଳବର ଏକ ଚିତ୍ତାକର୍ଷକ ସଭା ସଭାପତି ରବିନାରାୟଣ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ରୋଟାରୀ ଗଭର୍ଣ୍ଣର, ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଜୋନାଲ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ, ସଭାପତି, ସଂପାଦକ ମଞ୍ଚାସୀନ ହେବାପରେ ସମସ୍ତଙ୍କୁ ଫୁଲତୋଡା ଦେଇ ସମ୍ମାନୀତ କରାଯିବା ପରେ ଜାତୀୟ ସଂଗୀତ ଆବୃତି କରାଯିବା ସହ ସଭାରମ୍ଭ ହୋଇଥିଲା।

ସରୋଜିନୀ ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତିଙ୍କ ବକ୍ତବ୍ଯ, ସଂପାଦକ ସୁନୀଲ କୁମାର ପାତ୍ର ବିବରଣୀ ପ୍ରଦାନ କରିଥିଲେ। ୨୦୨୨ ବି ଡି ଏସ ପରୀକ୍ଷାରେ ଉତ୍କଳ ବିଶ୍ବବିଦ୍ୟାଳୟ ଟପ୍ପର ବାଲୁଗାଁର ଡା.ଆଭାସ ଦାଶ, ଚିତ୍ରକଳାରେ ଲଳିତ କଳା ଏକାଡେମୀ ପୁରସ୍କାର ପାଇଥିବା ଶିତିକାନ୍ତ ସାମନ୍ତସିଂହାର, ବାଣପୁର ଡାକ୍ତରଖାନାର ସେବିକା ଅନୀତା ମହର୍ଷି, ବାଣପୁର ଏନ ଏ ସି ର ସଫେଇ କର୍ମଚାରୀ ମହେଶ୍ବର ନାୟକ ଏବଂ ଅଶୋକ ନାୟକଙ୍କୁ ମାନପତ୍ର ଓ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯିବା ସହ ଜୋଛନା ଜାନୀ ଏବଂ ଜ୍ୟୋତ୍ସ୍ନାରାଣୀ ରଣାଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା।

ଜୋନାଲ୍ ଚେୟାର ତାଙ୍କ ବକ୍ତବ୍ୟରେ କ୍ଳବର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଡି ଜି ସୁବୁଦ୍ଧି ଜିଲ୍ଲାର ୩୫ ବର୍ଷର ଏହି ପୁରାତନ କ୍ଳବ ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ୟ ଯଥା ବାଣପୁର ବୃଦ୍ଧାଶ୍ରମର ଦାୟିତ୍ତ୍ବ ନେବା ଠାରୁ ବୃକ୍ଷରୋପଣ ଓ ତାର ରକ୍ଷଣାବେକ୍ଷଣ, ସ୍ୱାସ୍ଥ୍ୟ ସେବା ଓ ଚକ୍ଷୁ ପରୀକ୍ଷା ଶିବିର ମାନ କରି ଔଷଧ ଓ ଚଷମା ବଣ୍ଟନ ଏବଂ ରକ୍ତଦାନ ଶିବିର କରି ରକ୍ତ ସଂଗ୍ରହ କରିବା ତଥା ଅଂଗଦାନ ପରି ମହତ ଦାନ ବିଷୟରେ ଜନ ସଚେତନତା ଆଦି କାର୍ଯ୍ୟମାନଙ୍କର ଭୁୟସୀ ପ୍ରଶଂସା କରିବା ସହ ରୋଟାରୀ ଫାଉଣ୍ଡେସନକୁ ଶତ ପ୍ରତିଶତ ଦାନ କରିବା ନେଇ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ।

ରବୀନ୍ଦ୍ରନାଥ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଗୋପାଳଚନ୍ଦ୍ର ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ଓ ସଭ୍ୟ ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ ପାତ୍ର ସହଯୋଗ କରିଥିଲେ ଓ ବିପ୍ଳବ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.