Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
ଆଞ୍ଚଳିକ

ବାଣପୁର: ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

April 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ଏହାର ସୁ ବିନିଯୋଗ ନିମନ୍ତେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଧେଶ ଅଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପ୍ରଶାସନ ଯେଉଁ କେନ୍ଦ୍ର ଅଧୀନରେ ଗୃହ ନିର୍ମାଣ ହୋଇନାହିଁ, ସେଠାରେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛି। କିନ୍ତୁ କେନ୍ଦ୍ର ନିର୍ମାଣ ହେବାନେଇ ଜାଗା ନିରୂପଣ ଏବେ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବହୁତ କ୍ଷେତ୍ରରେ ସ୍କୁଲ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ କେତେକ କେନ୍ଦ୍ରରେ ନିର୍ମାଣ ପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି।

ପ୍ରକାଶ ଥାଉକି ବାଣପୁର ବ୍ଲକ ଅଧିନସ୍ଥ ଆୟତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ସ୍କୁଲ ପରିସରରେ ଗୋପୀନାଥ ପ୍ରସାଦ ମୌଜାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାର ନିଷ୍ପତ୍ତିକୁ ପାଳଧୁଆପଲ୍ଲୀ ଗ୍ରାମବାସୀ ବିରୋଧ କରିଛନ୍ତି। ଉକ୍ତ ଅଭିଯୋଗ ପତ୍ର ସେମାନେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଓ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ଦେଇଥିବା ବେଳେ ବିଡ଼ିଓ ଏହାକୁ ତନଖି କରି ନିଷ୍ପତ୍ତି ନେବା ନିମିତ୍ତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗୋପୀନାଥ ପ୍ରସାଦ ମୌଜାରେ ସରକାରୀ ଜାଗା ଥିବା ସତ୍ତ୍ୱେ ଆମ୍ଭ ଗ୍ରାମର ସ୍କୁଲ ଭିତରେ କେନ୍ଦ୍ର ନିର୍ମାଣ କରିବାକୁ ଉକ୍ତ ଗ୍ରାମବାସୀ ଜୋରଜବରଦସ୍ତ ମସୁଧା ଚଳାଇଛନ୍ତି। ଯାହା ଫଳରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଖେଳକୁଦ ନିମନ୍ତେ ଜାଗା ସଂକୀର୍ଣ୍ଣ ହୋଇଯିବ। ୪ ବର୍ଷ ପୂର୍ବରୁ ଏହିଭଳି ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିବା କାରଣରୁ ତାହା ବନ୍ଦ ହୋଇଥିବା ସ୍ଥଳେ ବର୍ତ୍ତମାନ ପୁଣି ମସୁଧା କରିବା ଦୁଃଖ ଓ ପରିତାପର ବିଷୟ। ତେଣୁ ଗ୍ରାମବାସୀ ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ବନ୍ଦ କରିବାକୁ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କୁ ନିବେଦନ କରିଛନ୍ତି।

ବାଣପୁର ସ୍କୁଲ ପରିସର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.