Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଅଭିଭାବକ-ଶିକ୍ଷକ ବୈଠକ
ଆଞ୍ଚଳିକ

ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଅଭିଭାବକ-ଶିକ୍ଷକ ବୈଠକ

April 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲରେ ୪୧ ପ୍ରତିଶତ ଅଭିଭାବକ ଯୋଗଦେଇଥିବା ଜଣାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା।

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କର ଉତ୍ତର ଖାତା ନିଜ ନିଜର ଅଭିଭାବକଙ୍କୁ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଅବକାଶ ଗୃହ କାର୍ଯ୍ୟ ସମ୍ବଦ୍ଧିୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ସମ୍ପୃକ୍ତ ହେଲ୍ପ ଡେସ୍କର ସହାୟତା ନେଇ ପାରିବେ ବୋଲି ଶ୍ରୀଯୁକ୍ତ ଜାଲି ପ୍ରକାଶ କରିଛନ୍ତି। ତାଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମାଧାନ କରିବେ।

ଉକ୍ତ ବୈଠକରେ ବାଣପୁର ଏନ ଏ ସି ଅଧକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଆଲୁମିନ କମିଟି ସଭାପତି ଚିନ୍ତାମଣି ମିଶ୍ର ଓ ସଭ୍ୟ ଆଡ଼ଭୋକେଟ ଦେବବ୍ରତ ବଡ଼ଜେନା ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରଧାନ ଉପସ୍ଥିତ ଥିଲେ।

ଅଭିଭାବକ-ଶିକ୍ଷକ ବୈଠକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

April 19, 2026

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

April 19, 2026

ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

April 19, 2026

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.