Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ

April 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ସଭାରେ ପ୍ରଥମେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସହିତ ଉପହାର ପ୍ରଦାନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ଦେବା ପରେ ତୃତୀୟ ବର୍ଷର ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟ ଓ ବିଭାଗରେ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟରେ ଛତିଶ ବର୍ଷ ନିରବଛିନ୍ନ କାର୍ଯ୍ୟ କରି ନିକଟରେ ଅବସର ନେଉଥିବା କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।  ଏହାପରେ ଅତିଥି ଭାବେ ଯୋଗ ଦେଇଥିବା ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଡକ୍ଟର ସନ୍ତୋଷ କୁମାର ରଥ ଉଚ୍ଚ ଶିକ୍ଷାରେ ମନୋନିବେଶ କରି ବୃତ୍ତିଗତ ଜୀବନରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଧନ୍ୟବାଦ ଦେଇଥିଲେ ପ୍ରଦୀପ କୁମାର ପାଢ଼ୀ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା କ୍ରିଷ୍ଣା ସେଠୀ ଓ ରୋଜାଲିନ ମିଶ୍ର।  କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀନା ରାଉତ, ଝରଣା ନାଥ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.