
ଟାଙ୍ଗୀ: ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡିରେ ଅଟୋଚାଳକ ଦିଲ୍ଲୀପ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଉକ୍ତ ଗ୍ରାମର ନବଘନ ପରିଡ଼ା। ଭୁଜାଲିରେ ଦିଲ୍ଲୀପଙ୍କୁ ଚୋଟ ପକାଇ ଫେରାର ହୋଇଯାଇଥିଲେ ନବଘନ। ଗୁରୁତର ଆହତ ଦିଲ୍ଲୀପଙ୍କ ପିତାଙ୍କ ଅଭିଯୋଗ କ୍ରମେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ନବଘନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ନବଘନଙ୍କ ବିରୁଦ୍ଧରେ ଆଇପିସି ଦଫା ୨୯୪, ୩୦୭, ୫୦୬ ଆଦି ଲାଗିଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।