Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକିଠଣା ରାମମନ୍ଦିର ପ୍ରତିଷ୍ଠା ଉତ୍ସବର ତୃତୀୟ ଦିବସ
ଆଞ୍ଚଳିକ

ନାକିଠଣା ରାମମନ୍ଦିର ପ୍ରତିଷ୍ଠା ଉତ୍ସବର ତୃତୀୟ ଦିବସ

May 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନାକିଠଣା ଖଣ୍ଡିଆବନ୍ଧ ଠାରେ ନିର୍ମାଣ ହୋଇଥିବା ଭବ୍ୟ ରାମମନ୍ଦିର ପଞ୍ଚ ଦିନାତ୍ମକ ପ୍ରତିଷ୍ଠା ଦିବସର ତୃତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ରାମ ମନ୍ଦିର ପ୍ରତିଷ୍ଠା ଚଳିତ ମାସ ଗତ ୨୭ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ପ୍ରଥମ ଦିବସରେ ଅଙ୍କୁରାପଣ ଦ୍ୱିତୀୟ ଦିବସ ରବିବାର କଳସ ଶୋଭାଯାତ୍ରା ହୋଇ ତୃତୀୟ ଦିବସ ରେ ଶ୍ରୀ ରାମ ମନ୍ଦିର ପ୍ରସାଦ ଅଧିବାସ ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରେରଣା ଅଧ୍ୟକ୍ଷ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ରଣପୁର ମହାବିଦ୍ୟାଳୟର ଅବସରପାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଲେଖିକା ତଥା ଜଗନ୍ନାଥ ସଂସ୍କୃତି ଗବେଷିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀ, ବରିଷ୍ଠ ସମାଜସେବୀ ମହାମାୟୀ ତେଜାନି, ମା ମଣିନାଗ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପ୍ରସାଦ ମଲ୍ଲିକ, ରଣପୁର ପ୍ରେସ କ୍ଳବ ସଭାପତି ସୁକାନ୍ତ ପଟ୍ଟନାୟକ, ବରିଷ୍ଠ ନାଗରିକ ଦେବରାଜ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ଟାଙ୍ଗି ଦୁର୍ଗା ଚରଣ ଚିଲିକା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସଂଜୀବ କୁମାର ପରିଡା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

ଏହି ରାମ ମନ୍ଦିର ସମ୍ମୁଖରେରେ ପ୍ରଭୁ ଶିବଙ୍କ ମନ୍ଦିର ଥିବାରୁ ଏହି ସ୍ଥାନକୁ ହରିହର ନାମରେ ନାମିତ କରିବା ପାଇଁ ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ। ଚଳିତ ମାସ ୩୦ ତାରିଖରେ ଦେବତା ମହାସ୍ନାନ, ୩୧ ତାରିଖରେ ମନ୍ଦିର ମହାସ୍ନାନ ଓ ରାମଙ୍କ ବୀଜମ ମନ୍ତ୍ରରେ ହଵନ ହେବା ସହିତ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ତାଙ୍କ ସାଥୀଙ୍କୁ ନେଇ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସେହିପରି ଜୁନ ୧ ତାରିଖ ଦିନ ଶ୍ରୀ ବିଗ୍ରହମାନଙ୍କୁ ଜୀବନ୍ୟାସ ପ୍ରଦାନ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ। ପଣ୍ଡିତ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ପ୍ରଚାରକ, ଜମ୍ବେଶ୍ୱର ପରିଡା କର୍ତ୍ତା ଓ ବିଚିତ୍ର କୁମାର ପାଇକରାୟ ଟ୍ରଷ୍ଟ ସଭାପତି ଭାବେ ଏଥିରେ ଦାୟିତ୍ୱ ତୁଲାଉଥିବା ବେଳେ ସମସ୍ତ ଅଞ୍ଚଳବାସୀଙ୍କ ସମ୍ପୂର୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

ପ୍ରତିଷ୍ଠା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.