ନାକିଠଣା ରାମମନ୍ଦିର ପ୍ରତିଷ୍ଠା ଉତ୍ସବର ତୃତୀୟ ଦିବସ

Published: May 29, 2023, 9:28 pm IST

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନାକିଠଣା ଖଣ୍ଡିଆବନ୍ଧ ଠାରେ ନିର୍ମାଣ ହୋଇଥିବା ଭବ୍ୟ ରାମମନ୍ଦିର ପଞ୍ଚ ଦିନାତ୍ମକ ପ୍ରତିଷ୍ଠା ଦିବସର ତୃତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ରାମ ମନ୍ଦିର ପ୍ରତିଷ୍ଠା ଚଳିତ ମାସ ଗତ ୨୭ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ପ୍ରଥମ ଦିବସରେ ଅଙ୍କୁରାପଣ ଦ୍ୱିତୀୟ ଦିବସ ରବିବାର କଳସ ଶୋଭାଯାତ୍ରା ହୋଇ ତୃତୀୟ ଦିବସ ରେ ଶ୍ରୀ ରାମ ମନ୍ଦିର ପ୍ରସାଦ ଅଧିବାସ ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରେରଣା ଅଧ୍ୟକ୍ଷ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ରଣପୁର ମହାବିଦ୍ୟାଳୟର ଅବସରପାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଲେଖିକା ତଥା ଜଗନ୍ନାଥ ସଂସ୍କୃତି ଗବେଷିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀ, ବରିଷ୍ଠ ସମାଜସେବୀ ମହାମାୟୀ ତେଜାନି, ମା ମଣିନାଗ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପ୍ରସାଦ ମଲ୍ଲିକ, ରଣପୁର ପ୍ରେସ କ୍ଳବ ସଭାପତି ସୁକାନ୍ତ ପଟ୍ଟନାୟକ, ବରିଷ୍ଠ ନାଗରିକ ଦେବରାଜ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ଟାଙ୍ଗି ଦୁର୍ଗା ଚରଣ ଚିଲିକା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସଂଜୀବ କୁମାର ପରିଡା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

ଏହି ରାମ ମନ୍ଦିର ସମ୍ମୁଖରେରେ ପ୍ରଭୁ ଶିବଙ୍କ ମନ୍ଦିର ଥିବାରୁ ଏହି ସ୍ଥାନକୁ ହରିହର ନାମରେ ନାମିତ କରିବା ପାଇଁ ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ। ଚଳିତ ମାସ ୩୦ ତାରିଖରେ ଦେବତା ମହାସ୍ନାନ, ୩୧ ତାରିଖରେ ମନ୍ଦିର ମହାସ୍ନାନ ଓ ରାମଙ୍କ ବୀଜମ ମନ୍ତ୍ରରେ ହଵନ ହେବା ସହିତ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ତାଙ୍କ ସାଥୀଙ୍କୁ ନେଇ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସେହିପରି ଜୁନ ୧ ତାରିଖ ଦିନ ଶ୍ରୀ ବିଗ୍ରହମାନଙ୍କୁ ଜୀବନ୍ୟାସ ପ୍ରଦାନ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ। ପଣ୍ଡିତ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ପ୍ରଚାରକ, ଜମ୍ବେଶ୍ୱର ପରିଡା କର୍ତ୍ତା ଓ ବିଚିତ୍ର କୁମାର ପାଇକରାୟ ଟ୍ରଷ୍ଟ ସଭାପତି ଭାବେ ଏଥିରେ ଦାୟିତ୍ୱ ତୁଲାଉଥିବା ବେଳେ ସମସ୍ତ ଅଞ୍ଚଳବାସୀଙ୍କ ସମ୍ପୂର୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

Related posts