Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ
ଆଞ୍ଚଳିକ

ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ

June 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ ଦାମିଆ ବରବରା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକ ବିଡ଼ିଓ ଶୀତଲ ଅଗ୍ରୱାଲ ପରିଦର୍ଶନ କରି ତଦାରଖ କରିଥିଲେ। ତଦାରଖ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟାଶା ଦାସ , କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ଓ ଜିଆରଏସ ଅଭୟ ବସ୍ତି ଉପସ୍ଥିତ ଥିଲେ।

ଶ୍ରୀମତୀ ଅଗ୍ରୱାଲ ଉକ୍ତ ପଞ୍ଚାୟତର ତାଳବୋରେଇ ଠାରେ ଥିବା ଆଶ୍ରମ ସ୍କୁଲ, ବାଙ୍କିଆପଲ୍ଲୀର ୫-ଟି ସ୍କୁଲ,ମନ୍ଦାର ଠାରେ ମନରେଗା ପୋଖରୀ,ରାମପୁର ଗ୍ରାମ ମନରେଗାରେ ଚାଲିଥିବା ନାଳ ସହ କଟୁଆଳ ଠାରେ ଥିବା ଏକ ରୋଡର କାର୍ଯ୍ୟକୁ ତଦାରଖ କରିଥିଲେ। ସେଠାରୁ ଦାମିଆ ପଞ୍ଚାୟତର ସଭାଗୃହରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ବୀଣାପାଣି ଷଣ୍ଢ ଏବଂ ସମସ୍ତ ଅଧିକାରୀଙ୍କ ଗହଣରେ ପଞ୍ଚାୟତର ଏକ ସମୀକ୍ଷା ବୈଠକ କରିଥିଲେ।

ବିଡ଼ିଓ ପଞ୍ଚାୟତରେ ଗମନାଗମନ ଏବଂ ପିଇବା ପାଣିର ଅଭାବକୁ ଗୁରୁତ୍ୱ ଦେଇ ପ୍ରାଥମିକ ସ୍ତରରେ ଏହାର ସମାଧାନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ସରପଞ୍ଚଙ୍କ ଅଭିଯୋଗ କ୍ରମେ ପଞ୍ଚାୟତର ଗ୍ରାମ ଗୁଡିକରେ ବିଜୁଳି ଆଲୋକ ନଥିବାରୁ ସମସ୍ତ ଗ୍ରାମରେ ସୋଲାର ଲାଇଟ ଉପରେ ଗୁରୁତ୍ୱ ଦେଇଥିଲେ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ମାସ ତମାମ ପଞ୍ଚାୟତକୁ ଯାଉ ନଥିବା ସରପଞ୍ଚ ଅଭିଯୋଗ କରିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ବିଡ଼ିଓ କହିଥିଲେ। ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମହାରଣା ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ଏବଂ ପିଇବା ପାଣିର ସୁବିଧା କରାଇବାକୁ ବିଡ଼ିଓଙ୍କୁ ଅନୁରୋଧ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025
Latest News

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.