Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପାଳିତ
ଆଞ୍ଚଳିକ

ରଣପୁର: ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପାଳିତ

June 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ସରକାରଙ୍କ ଜି-୨୦ ନିୟମ ଅନ୍ତରଗତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆଜି ସାରା ରାଜ୍ୟରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ୱାର୍ଡ ଶ୍ରଦ୍ଧାଞ୍ଜଳି ବେହେରା, ସମ୍ମାନିତ ଅତିଥି ଭାବେ ହଂସରା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ସି.ଆର.ସି.ସି. ସୁଶୀଲ କୁମାର ରଣା, ପାମ୍ପଡା ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷୟତ୍ରୀ ବୀଣାପାଣି ମିଶ୍ର, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ମହାରଣା, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ସାହୁ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଦାଶ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଭାକାର୍ଯ୍ୟ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ଗପ କହିବା ଓ ଗଣିତ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା। ଅତିଥି ଓ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ବୁଝାଇବା ସହ ଏହାର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ନେଇ ଏକ ଗୀତ ମାଧ୍ୟମରେ ସଚେତନ ବାର୍ତା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ଭାନୁମତି ପ୍ରଧାନ, ଇତିଶ୍ରୀ ରଣା, ଗାୟତ୍ରୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ଅଜୟ କୁମାର ସାହୁ, ଶରତ ନାୟକ, ବିଜୟ ଚମ୍ପତି, ରମେଶ ନାୟକ, ପୂର୍ଣଚନ୍ଦ୍ର ପତି, କୁମୁଦିନୀ ଦେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ଶିକ୍ଷକ ଭ୍ରମର ତାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

ସେହିପରି ରଣପୁର ବ୍ଲକର ମଝିଆଖଣ୍ଡ, କାଶନ୍ଦା, ରଣପୁର, ଗୌରାଙ୍ଗପୁର, ଡମସାହି, ସୁନାଖଳା, କୁଳାସର ଆଦି କ୍ଲଷ୍ଟରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି।

ଜି-୨୦ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.