Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

June 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତା ଅକ୍ଟୋବର ୩୧ ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି।ଉକ୍ତ ଉତ୍ସବକୁ ସରସ ସୁନ୍ଦର ଏବଂ ସଫଳ ରୂପାୟନ ଦେବାପାଇଁ ରବିବାର ପୂର୍ବାହ୍ନରେ ପୁରାତନ ଛାତ୍ର ମାନଙ୍କ ଗହଣରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ଛାତ୍ର ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଯୋଗଦେଇ ଉକ୍ତ ସମାରୋହକୁ ସଫଳ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଏହି ଉତ୍ସବକୁ ତ୍ୱରାନ୍ୱିତ କରିବା ଦିଗରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।ସଭାପତି ଭାବେ ବିଜୟ କୁମାର ନାୟକ,ଉପ ସଭାପତି ରଞ୍ଜିତ ବଡଜେନା,ଅମୂଲ୍ୟ କୁମାର ମହାପାତ୍ର, ସମ୍ପାଦକ ମୁରଲୀଧର ସାମନ୍ତସିଂହାର,ସହ ସମ୍ପାଦକ ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦିଲ୍ଲୀପ କୁମାର ନାୟକ,ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର,ସୁଦାମ ରାଉତଙ୍କ ସମେତ ୧୫ ଜଣିଆ କମିଟି ମେମ୍ବର ନିୟୋଜିତ କରାଯାଇଥିଲା।

ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ,ଦେଶ ତଥା ବିଦେଶରେ ବିଭିନ୍ନ ସରକାରୀ ଓ ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ହୀରକ ଜୟନ୍ତୀ ପାଳନ ସମ୍ବନ୍ଧରେ ଅବଗତ କରାଯିବା ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବାନେଇ ମତ ପ୍ରକାଶ ପାଇଥିଲା।ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ସାଙ୍ଗକୁ ଭାବର ଆଦାନ ପ୍ରଦାନ ହୋଇପାରିବ।ହୀରକ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟସୂଚୀ ଓ ଶୃଙ୍ଖଳିତ ପରିଚାଳନା ନିମିତ୍ତ ଆଗାମି ରବିବାର ଦିନ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ କୁହାଯାଇଛି।ଉକ୍ତ ବୈଠକରେ ଶତାଧିକ ପୂର୍ବତନ ଛାତ୍ର ଯୋଗଦେଇ ବିଦ୍ୟାଳୟରେ ହୀରକ ଜୟନ୍ତୀ ବହୁ ଧୁମଧାମରେ ପାଳିତ ହେବାନେଇ ପ୍ରତିଶ୍ରୁତି ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଜମ୍ମୁ କାଶ୍ମୀର ବିଧାନସଭାରେ ‘ଇସ୍ରାଏଲ ମୁର୍ଦ୍ଦାବାଦ’ ସ୍ଲୋଗାନ: ବିଜେପି ଏବଂ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସଂଘର୍ଷ

March 27, 2026

ଲକଡାଉନର ମିଥ୍ୟା ଖବର ପ୍ରସାରଣ କରିବା ମହଙ୍ଗା ପଡିଲା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

March 27, 2026

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.