Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

June 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତା ଅକ୍ଟୋବର ୩୧ ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି।ଉକ୍ତ ଉତ୍ସବକୁ ସରସ ସୁନ୍ଦର ଏବଂ ସଫଳ ରୂପାୟନ ଦେବାପାଇଁ ରବିବାର ପୂର୍ବାହ୍ନରେ ପୁରାତନ ଛାତ୍ର ମାନଙ୍କ ଗହଣରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ଛାତ୍ର ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଯୋଗଦେଇ ଉକ୍ତ ସମାରୋହକୁ ସଫଳ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଏହି ଉତ୍ସବକୁ ତ୍ୱରାନ୍ୱିତ କରିବା ଦିଗରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।ସଭାପତି ଭାବେ ବିଜୟ କୁମାର ନାୟକ,ଉପ ସଭାପତି ରଞ୍ଜିତ ବଡଜେନା,ଅମୂଲ୍ୟ କୁମାର ମହାପାତ୍ର, ସମ୍ପାଦକ ମୁରଲୀଧର ସାମନ୍ତସିଂହାର,ସହ ସମ୍ପାଦକ ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦିଲ୍ଲୀପ କୁମାର ନାୟକ,ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର,ସୁଦାମ ରାଉତଙ୍କ ସମେତ ୧୫ ଜଣିଆ କମିଟି ମେମ୍ବର ନିୟୋଜିତ କରାଯାଇଥିଲା।

ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ,ଦେଶ ତଥା ବିଦେଶରେ ବିଭିନ୍ନ ସରକାରୀ ଓ ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ହୀରକ ଜୟନ୍ତୀ ପାଳନ ସମ୍ବନ୍ଧରେ ଅବଗତ କରାଯିବା ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବାନେଇ ମତ ପ୍ରକାଶ ପାଇଥିଲା।ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ସାଙ୍ଗକୁ ଭାବର ଆଦାନ ପ୍ରଦାନ ହୋଇପାରିବ।ହୀରକ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟସୂଚୀ ଓ ଶୃଙ୍ଖଳିତ ପରିଚାଳନା ନିମିତ୍ତ ଆଗାମି ରବିବାର ଦିନ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ କୁହାଯାଇଛି।ଉକ୍ତ ବୈଠକରେ ଶତାଧିକ ପୂର୍ବତନ ଛାତ୍ର ଯୋଗଦେଇ ବିଦ୍ୟାଳୟରେ ହୀରକ ଜୟନ୍ତୀ ବହୁ ଧୁମଧାମରେ ପାଳିତ ହେବାନେଇ ପ୍ରତିଶ୍ରୁତି ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025
Latest News

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.