Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ବାଣପୁରରେ ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ବାଣପୁରରେ ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ

June 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ବର୍ଷା ଋତୁ ଆସିବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ସଭାଗୃହ ମଧ୍ୟରେ ପୃଥକ ଭାବେ ଦୁଇ ଗୋଟି ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବୈଠକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ଏନଏସି ବୈଠକରେ ଅଧ୍ୟକ୍ଷ ମିଟୁ ନାୟକ ଅଧ୍ୟକ୍ଷତା କରିଥିଲେ।

ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଏବଂ ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବନ୍ୟା ଓ ବାତ୍ୟା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ଥିତିରେ କିପରି ଜୀବନଯାତ୍ରାକୁ ସ୍ୱାଭାବିକ ତୁରନ୍ତ କରାଯାଇପାରିବ, ସେଥିପ୍ରତି ଆଲୋଚନା କରାଯାଇଥିଲା। ସାଧାରଣତଃ ସ୍ୱାସ୍ଥ୍ୟ, ପ୍ରାଣୀଧନ, ପାନୀୟଜଳ, ବିଦ୍ୟୁତ ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ତଳି ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆସନ୍ତାକାଲି ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଏନଏସି ର କୃତିବାସ ଭବନଠାରେ ଏ ନେଇ ମକ ଡ୍ରିଲ ଅନୁଷ୍ଠିତ ହେବ। ବନ୍ୟା ଓ ବାତ୍ୟା ସମୟରେ କିପରି ତଳିଆ ଅଞ୍ଚଳର ନାଗରିକମାନଙ୍କୁ ସେଲଟର ହୋମକୁ ସ୍ଥାନାନ୍ତରଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଯୋଗାଣ ବିଭାଗ ଓ ପରିମଳ ବିଭାଗ ଅଧିକାରୀଙ୍କୁ ଖାଦ୍ୟ ମହଜୁଦ ରଖିବା ଓ ସ୍ଵଚ୍ଛତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନକୁ କିପରି ରକ୍ଷା କରାଯାଇପାରିବ, ସେଥିପ୍ରତି ଉଭୟ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଟେବୁଲ ଟପ ଏକ୍ସରସାଇଜ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର: ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ “ମାଗଣା ହାଟ” ନାମକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ

January 11, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026

ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.