Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ମହାଆଡମ୍ବରରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା
ଆଞ୍ଚଳିକ

ବାଣପୁର: ମହାଆଡମ୍ବରରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

June 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା। ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ବଡଦାଣ୍ଡକୁ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ଓହ୍ଲାଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି। ଓଡ଼ିଶାର କୋଣ ଅନୁକୋଣରେ ଲୀଳା ଖେଳା କରିଥିବା ପ୍ରଭୁଙ୍କର ବିଗ୍ରହ ପୂଜା ପାଆନ୍ତି।  ତେଣୁ ଉକ୍ତ ସ୍ଥାନ ମାନଙ୍କରେ ମଧ୍ୟ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ।

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ପ୍ରଭୁ ଲୀଳାଖେଳା କରିଥିବା କିମ୍ବଦନ୍ତୀ ଅଛି। ବାଣପୁରର ଆରାଧ୍ୟ ଦେବ ରଙ୍କନାଥ ଦେବ ଓ ବଡହନ୍ତୁଆଡ଼ର ଚରଣ ଚକାଦେବଙ୍କ ପୀଠରେ ମହାଆଡମ୍ବର ସହକାରେ ଶ୍ରୀ ଗୁଣ୍ଡିଚା ଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହେଉଅଛି।

ବିଧି ଅନୁଯାୟୀ ରଙ୍କନାଥଙ୍କ ପୀଠରେ ସକାଳ ଧୂପ ଓ ଭୋଗ ଲାଗି ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ରଥରେ ପାରିକୁଦ ରାଜା ସନ୍ତୋଷ କୁମାର ଦେଓଙ୍କ ଦ୍ୱାରା ଛେରା ପହଁରା ପରେ ଅପରାହ୍ନରେ ତାଳଧ୍ଵଜ ରଥ ଗଡ଼ିବା ପରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ମାଉସୀମା ଘରକୁ ଯାତ୍ରା ଆରମ୍ଭ କରିଥିଲେ।

ଅନୁରୂପ ଭାବେ ଚକାଦେବଙ୍କ ରଥକୁ ଭାଟପଡା ରାଜା ମାନବେନ୍ଦ୍ର ମହାରଥା ଛେରାପହଁରା କରିଥିଲେ। ରଥାରୁଢ ଶ୍ରୀଜୀଉ ମାନଙ୍କୁ ଦର୍ଶନ ନିମିତ୍ତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ପରିଲକ୍ଷିତ ହୋଇଥିଲା। ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବାଣପୁର ବଜାରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦଥିବା ଦେଖିବାକୁ ମିଳିଥିଲା। ପରିବା ବ୍ୟବସାୟୀ ସଂଘ ଦ୍ୱାରା ନନ୍ଦିଘୋଷ ରଥ, ତେଜରାତି ସଂଘ ଦ୍ୱାରା ତାଳଧ୍ଵଜ ରଥ ଏବଂ ମହିଳାମାନଙ୍କ ଦ୍ୱାରା ଦର୍ପଦଳନ ରଥକୁ ଟଣା ଯାଇଥିଲା।

ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ ପାଇଁ ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା, ଡ୍ରାଇଭର ମହାସଂଘ ଏବଂ ଅନ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ସ୍ଵେଚ୍ଛାସେବୀ ଭାବରେ ତିନିରଥରେ କାର୍ଯ୍ୟରତ ଥିଲେ। ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଭକ୍ତ ମାନଙ୍କ ପାଇଁ ପାଣି, ପଣା ଓ ଅବଢ଼ା ତୋରାଣିର ସୁ ବନ୍ଦୋବ୍ୟସ୍ତ କରାଯାଇଥିଲା।

ଚଳିତ ରଥଯାତ୍ରାକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ରଥ ଗଡିବାକୁ ଥିବା ପଥରେ ଚିତ୍ରକାରଙ୍କ ଦ୍ୱାରା ସୁନ୍ଦର ଚିତ୍ରମାନ ଅଙ୍କାଯିବା ସହ ସ୍ଵେଚ୍ଛାସେବୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ଼ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା ବ୍ୟବସ୍ଥା ହୋଇଥିଲା। ବିଦ୍ୟୁତ ବିଭାଗ ଓ ଅଗ୍ନିଶମ କର୍ମଚାରୀ ମାନେ କୌଣସି ଅଘଟଣକୁ ପ୍ରତିହତ ନିମନ୍ତେ ଉପସ୍ଥିତ ଥିଲେ।

ଭାଷ୍ୟକାର ବାଳମୁକୁନ୍ଦ ଦାସ, ନରସିଂହ ମିଶ୍ର ପ୍ରମୁଖ ରଥଯାତ୍ରାର ଧାରା ବିବରଣୀ ପାଠ କରିଥିଲେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଫୋର୍ସ ନିୟୋଜିତ ହେବା ସହ ଆଇଆଇସି ଜୟପ୍ରକାଶ ପରିଡା ନିଜେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରାକୁ ସମାପନ କରିଥିଲେ। ସନ୍ଧ୍ୟା ପୂର୍ବରୁ ତିନିରଥ ମାଉସୀମାଙ୍କ ମନ୍ଦିରରେ ପହଞ୍ଚିଥିଲେ।

ଘୋଷଯାତ୍ରା ଚରଣ ଚକାଦେବ ବାଣପୁର ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ଲୋକାର୍ପିତ

October 21, 2025

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025
Latest News

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.