Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ମହାଆଡମ୍ବରରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା
ଆଞ୍ଚଳିକ

ବାଣପୁର: ମହାଆଡମ୍ବରରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

June 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା। ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ବଡଦାଣ୍ଡକୁ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ଓହ୍ଲାଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି। ଓଡ଼ିଶାର କୋଣ ଅନୁକୋଣରେ ଲୀଳା ଖେଳା କରିଥିବା ପ୍ରଭୁଙ୍କର ବିଗ୍ରହ ପୂଜା ପାଆନ୍ତି।  ତେଣୁ ଉକ୍ତ ସ୍ଥାନ ମାନଙ୍କରେ ମଧ୍ୟ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ।

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ପ୍ରଭୁ ଲୀଳାଖେଳା କରିଥିବା କିମ୍ବଦନ୍ତୀ ଅଛି। ବାଣପୁରର ଆରାଧ୍ୟ ଦେବ ରଙ୍କନାଥ ଦେବ ଓ ବଡହନ୍ତୁଆଡ଼ର ଚରଣ ଚକାଦେବଙ୍କ ପୀଠରେ ମହାଆଡମ୍ବର ସହକାରେ ଶ୍ରୀ ଗୁଣ୍ଡିଚା ଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହେଉଅଛି।

ବିଧି ଅନୁଯାୟୀ ରଙ୍କନାଥଙ୍କ ପୀଠରେ ସକାଳ ଧୂପ ଓ ଭୋଗ ଲାଗି ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ରଥରେ ପାରିକୁଦ ରାଜା ସନ୍ତୋଷ କୁମାର ଦେଓଙ୍କ ଦ୍ୱାରା ଛେରା ପହଁରା ପରେ ଅପରାହ୍ନରେ ତାଳଧ୍ଵଜ ରଥ ଗଡ଼ିବା ପରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ମାଉସୀମା ଘରକୁ ଯାତ୍ରା ଆରମ୍ଭ କରିଥିଲେ।

ଅନୁରୂପ ଭାବେ ଚକାଦେବଙ୍କ ରଥକୁ ଭାଟପଡା ରାଜା ମାନବେନ୍ଦ୍ର ମହାରଥା ଛେରାପହଁରା କରିଥିଲେ। ରଥାରୁଢ ଶ୍ରୀଜୀଉ ମାନଙ୍କୁ ଦର୍ଶନ ନିମିତ୍ତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ପରିଲକ୍ଷିତ ହୋଇଥିଲା। ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବାଣପୁର ବଜାରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦଥିବା ଦେଖିବାକୁ ମିଳିଥିଲା। ପରିବା ବ୍ୟବସାୟୀ ସଂଘ ଦ୍ୱାରା ନନ୍ଦିଘୋଷ ରଥ, ତେଜରାତି ସଂଘ ଦ୍ୱାରା ତାଳଧ୍ଵଜ ରଥ ଏବଂ ମହିଳାମାନଙ୍କ ଦ୍ୱାରା ଦର୍ପଦଳନ ରଥକୁ ଟଣା ଯାଇଥିଲା।

ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ ପାଇଁ ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା, ଡ୍ରାଇଭର ମହାସଂଘ ଏବଂ ଅନ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ସ୍ଵେଚ୍ଛାସେବୀ ଭାବରେ ତିନିରଥରେ କାର୍ଯ୍ୟରତ ଥିଲେ। ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଭକ୍ତ ମାନଙ୍କ ପାଇଁ ପାଣି, ପଣା ଓ ଅବଢ଼ା ତୋରାଣିର ସୁ ବନ୍ଦୋବ୍ୟସ୍ତ କରାଯାଇଥିଲା।

ଚଳିତ ରଥଯାତ୍ରାକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ରଥ ଗଡିବାକୁ ଥିବା ପଥରେ ଚିତ୍ରକାରଙ୍କ ଦ୍ୱାରା ସୁନ୍ଦର ଚିତ୍ରମାନ ଅଙ୍କାଯିବା ସହ ସ୍ଵେଚ୍ଛାସେବୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ଼ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା ବ୍ୟବସ୍ଥା ହୋଇଥିଲା। ବିଦ୍ୟୁତ ବିଭାଗ ଓ ଅଗ୍ନିଶମ କର୍ମଚାରୀ ମାନେ କୌଣସି ଅଘଟଣକୁ ପ୍ରତିହତ ନିମନ୍ତେ ଉପସ୍ଥିତ ଥିଲେ।

ଭାଷ୍ୟକାର ବାଳମୁକୁନ୍ଦ ଦାସ, ନରସିଂହ ମିଶ୍ର ପ୍ରମୁଖ ରଥଯାତ୍ରାର ଧାରା ବିବରଣୀ ପାଠ କରିଥିଲେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଫୋର୍ସ ନିୟୋଜିତ ହେବା ସହ ଆଇଆଇସି ଜୟପ୍ରକାଶ ପରିଡା ନିଜେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରାକୁ ସମାପନ କରିଥିଲେ। ସନ୍ଧ୍ୟା ପୂର୍ବରୁ ତିନିରଥ ମାଉସୀମାଙ୍କ ମନ୍ଦିରରେ ପହଞ୍ଚିଥିଲେ।

ଘୋଷଯାତ୍ରା ଚରଣ ଚକାଦେବ ବାଣପୁର ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Latest News

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.