Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମନ୍ଦିର ଭିତରେ ପାଣି: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀ ବାଣପୁର ତହସିଲଦାରଙ୍କ ଦ୍ୱାରସ୍ଥ
ଆଞ୍ଚଳିକ

ମନ୍ଦିର ଭିତରେ ପାଣି: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀ ବାଣପୁର ତହସିଲଦାରଙ୍କ ଦ୍ୱାରସ୍ଥ

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନ୍ଦିର ଦୁଇଦିନ ଧରି ଜଳବନ୍ଦୀରେ ରହିଥିବା ଜଣାପଡିଛି। ଠାକୁର ରାଧାମୋହନ ଦେବଙ୍କ ମନ୍ଦିର ଭିତରେ ଆଣ୍ଠୁଏ ଉଚ୍ଚରେ ଜଳ। ତତସହିତ ଗ୍ରାମରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଏପରିକି ନାଳ ନର୍ଦ୍ଦମା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି।

ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ସମାଧାନ ପାଇଁ ଗ୍ରାମବାସୀ ତହସିଲଦାର ଓ ବାଣପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆଜି ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମନ୍ଦିର ନିକଟରେ ପହଞ୍ଚି ସ୍ଥିତି ପରଖିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ।

ଘଟଣାରୁ ପ୍ରକାଶ ନରେନ୍ଦ୍ରପୁର ଗ୍ରାମ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଏକ ଶଙ୍ଖ ଅଛି। ଶଙ୍ଖରେ ଏକର ଏକର ଜମିର ବର୍ଷାଜଳ ଦୀର୍ଘବର୍ଷ ଧରି ନିଷ୍କାସନ ହୁଏ।  ବର୍ଷାଜଳ ନିଷ୍କାସନର ସୁବିଧା ପାଇଁ ବ୍ଲକ ଅନୁଦାନରେ ଗ୍ରାମବାସୀ ଶଙ୍ଖ ନିକଟରୁ ଏକ ଡ୍ରେନ ନିର୍ମାଣ କରୁଛନ୍ତି। କିନ୍ତୁ ଡ୍ରେନଟି ଅଧାରେ ଅଟକିଥିବା ଜଣାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗ୍ରାମର ସଂଗ୍ରାମ କେଶରୀ ମହାରଥୀ ଡ୍ରେନ ନିର୍ମାଣକୁ ବିରୋଧ କରି ଡ୍ରେନ ଆଗରେ ମାଟି ପକାଇଥିବାରୁ ପାଣି ନିଷ୍କାସନ ନ ହୋଇ ମନ୍ଦିର ଓ ରାସ୍ତାରେ ଅଟକି ରହିଛି। କିନ୍ତୁ ତହସିଲଦାର, ଆରଆଇ ମିଳିତ ଭାବରେ ସ୍ଥିତି ପରଖିବା ବେଳେ ଜଣାଯାଇଛି କି ଡ୍ରେନ ଯିବାକୁ ଥିବା ରାସ୍ତାରେ କୌଣସି ସରକାରୀ ଜାଗା ନାହିଁ।

ଗ୍ରାମବାସୀ ପାଣି ନିଷ୍କାସନ ନିମନ୍ତେ ବ୍ୟକ୍ତି ଜଣକଙ୍କ ନିଜ ଜାଗା ଉପରେ ଡ୍ରେନ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏପରିକି ଗ୍ରାମବାସୀଙ୍କ ତରଫରୁ ଜାଗା ଛାଡ଼ିବା ପାଇଁ ଅନୁରୋଧ ବି କରାଯାଇଛି। କିନ୍ତୁ ସଂଗ୍ରାମଙ୍କ ଘର ପ୍ରତି ବିପଦ ଥିବାରୁ ସେ ଘର ଆଗ ଦେଇ ଡ୍ରେନ ନିର୍ମାଣକୁ ବିରୋଧ କରି ରାସ୍ତା ଛାଡ଼ୁନାହାନ୍ତି।

ଯାହାଫଳରେ ଏ ପ୍ରକାର ଅପ୍ରିତିକର ପରିସ୍ଥିତି ଉପୁଜିଛି। ତହସିଲଦାର ଶ୍ରୀଯୁକ୍ତ ବଡ଼ଜେନା ସେଠାରେ କୌଣସି ସରକାରୀ ଜାଗା ନ ଥିବାରୁ ପ୍ରଶାସନ କାହାକୁ ଜୋର କରି ଜାଗା ଛାଡିବାକୁ କହିପାରିବ ନାହିଁ ବୋଲି କହିଛନ୍ତି। ତେଣୁ ବୁଝାମଣା ଭିତରେ ଡ୍ରେନ ନିର୍ମାଣ ହୋଇପାରିଲେ ସମସ୍ୟାର ସମାଧାନ ହୋଇପାରିବ। ପରିସ୍ଥିତିକୁ ଦେଖି ତହସିଲଦାର ତାଙ୍କୁ ଏହାର ଆପୋଷ ସମାଧାନ ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ ସେ ଗ୍ରହଣ କରିନଥିବା ଜଣାଯାଇଛି।

ବର୍ଷା ଜଳ ନିଷ୍କାସନ ବାଣପୁର ତହସିଲଦାର ରାଧାମୋହନ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026

CBSEର ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ

June 2, 2026

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.