ବାଣପୁର: ବାଇକ ଦୁର୍ଘଟଣା ଜଣେ ଗୁରୁତର

Published: Jul 3, 2023, 8:21 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ବାଲୁଗାଁ ରାସ୍ତାର ମେଘାମ୍ବରୀ ମନ୍ଦିର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରକାଶ ଥାଉକି ବାଲୁଗାଁ ବିଶ୍ୱାଳ ସାହିର ଚନ୍ଦନ ବେହେରା ନାମକ ଜଣେ ଯୁବକ ନିଜ ମୋଟର ସାଇକେଲରେ ବାଣପୁରରୁ ଘରକୁ ଫେରୁଥିବା ବେଳେ ମେଘାମ୍ବରୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଯାଇଛି।

ଗାଡି ଆଗକୁ ଏକ ଛୋଟ ପିଲା ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ଡାକ୍ତରଖାନା ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା କରି ଚନ୍ଦନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପିଲାଟିକୁ ବାଣପୁରରେ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି। ତେବେ ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।

Related posts