
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଓ୍ୱାଡ ନ.10 ରେ ଉନ୍ନତି ଯୋଜନାରେ 99,98,000.00 ଖର୍ଚ୍ଚ କରାଯାଇ ଆଦର୍ଶ ଶ୍ମଶାନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଯୋଜନାରେ ଜନସାଧାରଣ ସେମାନଙ୍କର ମୃତ ଆତ୍ମୀୟଙ୍କ ଶବକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ସମୟରେ 2 ଗୋଟି ଶବ ସଂସ୍କାର କରି ପାରିବେ। ଏଠାରେ ଗାଧୁଆ ଘର ଓ ପ୍ରତିକ୍ଷା ଘରର ବ୍ୟବସ୍ଥା ଅଛି।
ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ କନକଲକ୍ଷ୍ମି ମହାନ୍ତି, ଉପାଧ୍ୟକ୍ଷ ସୖୋର୍ଯ୍ୟ ରଞ୍ଜନ ମହାନ୍ତି, କାଉନସିଲର ୱର୍ଡ ନ.10 ମୋନାଲିସା ସିଂହ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରିଜ୍ଵାନା କାୱ।ବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଓ ପୋୖର ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।