କୁଜଙ୍ଗ: ମଦ ଯବତ, ବେପାରୀ ଗିରଫ

Published: Jul 18, 2023, 11:15 am IST

କୁଜଙ୍ଗ: କୁଜଙ୍ଗ ଥାନାରେ ନୂତନ ଭାବେ ଥାନାଧିକାରୀ ରଶ୍ମୀରଞ୍ଜନ ଦାସ ଯୋଗଦେବା ପରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ୍ ସୁଗର ଭଳି ନିଶା ବେପାରୀଙ୍କ ମନରେ ଛନକା ପଶିଗଲାଣି। ଯୋଗ ଦେବାର ଗୋଟେ ଦିନ ପରେ ଥାନାର ବିଭିନ୍ନ ଅଂଚଳରେ ବ୍ୟାପକ ଭାବେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତିରେ ଥାନାଧିକାରୀଙ୍କ ତତ୍ୱାବଧାନରେ କୁଜଙ୍ଗ ପୋଲିସ୍ ଏକ ଟିମ୍ ବିଭିନ୍ନ ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀରେ ଚଢାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଗଣ୍ଡକୀପୁର ଗ୍ରାମରେ ପୋଲିସ୍ ସଦଳବଳେ ପହଁଚି ନିଶା ବେପାରୀ ଅରିକ୍ଷିତ ସାମଲକୁ ଚୋରା ମଦ ବିକ୍ରି କରୁଥିବା ଅବସ୍ଥାରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୧୦ ଲିଟର ବିଦେଶୀ ମଦ ଯବତ କରାଯାଇଥିଲା।

ଆଜି ଏହି ଘଟଣାରେ ପୋଲିସ୍ ୩୫୨/୨୩ ରେ ମାମଲା ରୁଜ୍ଜୁ କରି ନିଶା ବେପାରୀ ଅରିକ୍ଷିତକୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ମାତ୍ର ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Related posts