ନାକ୍ଟିଦେଉଳରେ ଭୋଟର ସାକ୍ଷରତା କାର୍ଯ୍ୟକ୍ରମ

Published: Jul 25, 2023, 7:46 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଡଃ ମନୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଧ୍ୟାପିକା ଡଃ ସରସୀରାଣୀ ନାୟକ ଓ ଅଧ୍ୟାପକ ସଞ୍ଜୀବ ଦାଶ ଅତିଥି ଭାବେ ଯୋଗଦେଇ ନବାଗତ ଭୋଟର ମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ଦେଶ ଗଠନରେ ଜଣେ ଭୋଟର ଦାତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରୀତି,ଭାରତୀ,ଗାୟତ୍ରୀ , କାହ୍ନା ଓ ଲଜିତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉଭୟ କଳା ଓ ବିଜ୍ଞାନ ବିଭାଗର ୧୬୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅଧ୍ୟାପିକା ବିନିତା ମୁର୍ମୁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ହେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts