ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଛାତ୍ରଙ୍କ ଥାନାରେ ଅଭିଯୋଗ

Published: Jul 28, 2023, 2:40 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ସରୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଉଦ୍ଦେଶ୍ୟ ମୁଳକ ଭାବେ ତାଙ୍କୁ ଅନୁପସ୍ଥିତିର ଆଳ ଦେଖାଇ ପରୀକ୍ଷାରେ ଫେଲ୍ କରାଯାଉଛି ଓ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଲେ ଗୁରୁତ୍ଵ ନଦେଇ ଓଲଟି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି। ଯ’ଦ୍ଵାରା ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଶେଷରେ ଅଭିଯୋଗ ଦାୟର କରି ପୋଲିସର ଆଶ୍ରୟ ନେଇଛନ୍ତି।

ଅଧ୍ୟକ୍ଷ ମହାଶୟ ଯେ କୌଣସି ଛାତ୍ର ଅଭିଯୋଗ କରିବାକୁ ଗଲେ ପ୍ରାୟ ସମସ୍ତଙ୍କୁ ଏହି ଭଳି ଧମକ ଚମକ ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି ବୋଲି ଜନୈକ ପୁର୍ବତନ ଛାତ୍ର ନେତା ମନ୍ତବ୍ୟ ପ୍ରଦାନ କରିଛନ୍ତି।

Related posts