
କୁଜଙ୍ଗ: କୁଜଙ୍ଗ ପୁଲିସ ପକ୍ଷରୁ ଗତକାଲି ରାତିରେ ମଦ୍ୟପଙ୍କ ବେପରୁଆ ଗାଡି ଚାଳନାକୁ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇଜଣ ହେଲେ ଏରସମା ଥାନା ଗୋଡା ଅଞ୍ଚଳର ଦୁର୍ଯ୍ୟଧନ ସାମଲଙ୍କ ପୁଅ ବିକ୍ରମ ସାମଲ (୨୮)। ସେହିପରି ଅନ୍ୟ ଜଣେ ହେଲେ ଫତେପୁର ପଂଚାୟତ ପ୍ରତାପପୁର ଗଗନ ସ୍ୱାଇଁ(୩୮)। ଗଗନ ମାଳହୁଙ୍କାରେ ରାସ୍ତାରେ ମଦ୍ୟପାନ କରି ଏକ ସୁପର ସ୍ପେ୍ଲ୍ଲଣ୍ଡର ବାଇକ୍ ଓଆର୍୦୫ ଏସ୍ ୦୫୨୯ ରେ ବେପେରୁଆଭାବେ ଗାଡି ଚଳାଉଥିବା ବେଳେ ତାକୁ ଗିରଫ କରାଯାଇଥିଲା।
ସେହିପରି ବିକ୍ରମ ଏକ କାର ଓଡି ୦୫ ଏଏନ୍ ୪୮୬୮ ରେ କାଳିଆପାଟ-ତ୍ରିଲୋଚନରପୁର ରାସ୍ତାରେ ମଦ୍ୟପାନ ସହ ଗାଡି ବେପୁରୁଆ ଢଙ୍ଗରେ ଚଳାଉଥିବା ବେଳେ କୁଜଙ୍ଗ ପୋଲିସ ଗିରଫ କରିଥିଲେ। ପୂର୍ବରୁ ବିକ୍ରମଙ୍କ ନାମରେ ଏରସମା ଥାନାରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିଲେ ଓ ତାଙ୍କ ନାମରେ ବହୁତ ସଂଗୀନ ଅଭିଯୋଗ ମାନ ରହିଥିବା ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କ ଠାରୁ ପ୍ରକାଶ।